Pratidin TV

Odisha's Digital News Platform

ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା ..

1 min read

ଖୁବ ଶୀଘ୍ର ଜେଲର ଚାରି କାନ୍ଥ ଭିତରେ ଦେଖିବାକୁ ମିଳିବ ବାଂଲାଦେଶ ର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ।କାରଣ  ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା ପରେ ଶେଖ ହସିନା ଭାରତକୁ ପଳାଇଥିଲେ। ବାଂଲାଦେଶର ଅନ୍ତର୍ଜାତୀୟ ଆପରାଧିକ ଟ୍ରିବ୍ୟୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲ ଇସଲାମ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗିରଫ କରିବା ଏବଂ ନଭେମ୍ବର ୧୮ରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ସଭାପତି ଜଷ୍ଟିସ ମହମ୍ମଦ ଗୁଲାମ ମୋର୍ତ୍ତେଜା ମଜୁମଦାର ସକାଳ ୧୧.୩୦ ପରେ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୫୦ ଜଣଙ୍କ ବିରୋଧରେ ଗିରଫ ୱାରେଣ୍ଟ ଦାବି କରିଥିଲେ। ନିଖୋଜ ଏବଂ ହତ୍ୟା ସହ ଜଡିତ ୬୦ରୁ ଅଧିକ ମାମଲା ଆୱାମୀ ଲିଗ ଦଳର ନେତା ଶେଖ ହସିନା, ଦେଶର ପୂର୍ବତନ ଆଇନଜୀବୀ ତଥା ସାମ୍ବାଦିକଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ପଞ୍ଜୀକୃତ ହୋଇଛି।

Advertisement

୭୭ ବର୍ଷୀୟ ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରୁଥିବା ବେଳେ ମାନବାଧିକାରର ଉଲ୍ଲଙ୍ଘନ କରି ଚାଲିଥିଲା। ତାଙ୍କ ଶାସନ ସମୟରେ ବିରୋଧୀଙ୍କୁ ଦମନ କରାଯିବା ସହ ସେମାନଙ୍କ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଜୁଲାଇରୁ ଅଗଷ୍ଟ ମଧ୍ୟରେ ସେ ଏକାଧିକ ନରସଂହାର କରିଥିବା ସେଠାକାର ଆଭ୍ୟନ୍ତରୀଣ ସରକାର କହିଛନ୍ତି।

ବାଂଲାଦେଶ ଛାଡ଼ିବା ପରେ ଶେଖ ହସିନାଙ୍କୁ ଶେଷଥର ପାଇଁ ନୂଆଦିଲ୍ଲୀ ସ୍ଥିତ ମିଲାଟାରୀ ଏୟାରବେସ ନିକଟରେ ଦେଖିବାକୁ ମିଳିଥିଲା। ଭାରତରେ ତାଙ୍କ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *