Pratidin TV

Odisha's Digital News Platform

ରେଷ୍ଟୁରାଣ୍ଟରେ ଲାଗିଲା ନିଆଁ; ଚାଲିଗଲା ୪୩ ଜୀବନ ୨୨ଙ୍କ ଚାଲିଛି ଚିକତ୍ସା….ଡାକ୍ତର କହିଲେ ବଢିପାରେ ମୃତ୍ୟୁ ସଂଖ୍ୟା

1 min read

ଭୟାବହ ଅଗ୍ନିକାଣ୍ଡ | ୭ ମହଲା ବିଶିଷ୍ଟ କୋଠାରେ ଲାଗିଛି ଅଗ୍ନିକାଣ୍ଡ | ରେଷ୍ଟୁରାଣ୍ଟରେ ଲାଗିଲା ନିଆଁ , ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ | ହେଲେ ବିଧାତାର ଲେଖା କିଛି ଅଲଗା ଥିଲା | ଦୁର୍ଘଟଣାରେ ଚାଲିଯାଇଛି ଅତିକମରେ ୪୩ ଜଣଙ୍କ ଜୀବନ ଆଉ ୨୨ ଜଣ ଆହତ |

ସୂଚନା ଅନୁଯାୟୀ, ବାଂଲାଦେଶର ଢାକ୍କାରେ ୭ ମହଲା ବିଶିଷ୍ଟ ସପିଂ ବିଲ୍ଡିଂରେ ଗୁରୁବାର ରାତି ଅର୍ଥାତ ଗତ କାଲି ମଧ୍ୟରାତି ପ୍ରାୟ ୯:୫0 ବେଳେ ପ୍ରଥମ ମହଲାରେ ଥିବା ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ଆରମ୍ଭ କରିଯାଇଥିଲା | ଏବଂ ଏହି ମହଲରେ ରେଷ୍ଟୁରାଣ୍ଟ ସହ ଡ୍ରେସ ଦୋକାନ ମଧ୍ୟ ଥିଲା ଯାହା ଯୋଗୁଁ ନିଆଁ ବ୍ୟାପି ଯାଇଥିଲା | ଅଗ୍ନିଶ୍ରମ ସେବା ଅଧିକାରୀଙ୍କ କହିବାଯାୟୀ, ୭ ମହଲା ବିଶିଷ୍ଟ ସପିଂ ବିଲ୍ଡିଂରୁ ୭୫ ଜଣ ଲୋକଙ୍କୁ ଉଦ୍ଧାର କରି ବାହାରକୁ ଅଣାଯାଇଥିଲା | ସେଥିମଧ୍ୟରୁ ୪୨ ଜଣ ଚେତାଶୂନ୍ୟ ହୋଇଯାଇଥିଲେ |ଘଟଣାସ୍ଥଳରେ ପ୍ରାୟ ୧୩ଟି ଅଗ୍ନିଶ୍ରମ ସେବା ନିୟୋଜିତ କରାଯାଇଥିଲା |

Advertisement

ଏହି ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଢାକ୍କା ମେଡିକାଲରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶେଖ ହସିନା ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ୧0 ଜଣଙ୍କର ମୃତ୍ୟୁ ହୋଇଥିଲା | ଏହା ଛଡା ୨୨ ଜଣଙ୍କର ଚିକତ୍ସା ଜାରି ରହିଛି | ତେବେ ଡାକ୍ତରମାନଙ୍କ କହିବିନୁଯାୟୀ, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି | କିନ୍ତୁ ଏବେ ପର୍ଯ୍ୟନ ନିଆଁ ଲାଗିବାର କାରଣ ଜଣାପଡିନାହିଁ |

Leave a Reply

Your email address will not be published. Required fields are marked *