ଲାଗିଲା ଶେଖ ହାସିନାଙ୍କୁ ବଡ଼ ଝଟକା: ରଦ୍ଧ ହୋଇଗଲା ପାସପୋର୍ଟ..
1 min readପୁଣିଥରେ ଲାଗିଲା ଶେଖ ହାସିନାଙ୍କୁ ଝଟକା । ବାତିଲ ହୋଇଗଲା ଶେକ ହାସିନାଙ୍କ ପାସପୋର୍ଟ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏହି ନିଷ୍ପତି ନେଇଛନ୍ତି । ଶେକ ହାସିନାଙ୍କ କାର୍ଯ୍ୟକାଳ ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ ରାଜନୈତୀକ ପାସପୋର୍ଟକୁ ସରକାର ବାତିଲ କରିଦେଇଛନ୍ତି । ଏହି ନିଷ୍ପତ୍ତି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପାସପୋର୍ଟକୁ ମଧ୍ୟ ରଦ୍ଧ କରାଯାଇଛି । ବାଂଲାଦେଶ ଗୃହ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଆୱାମୀ ଲିଗ୍ ସରକାରଙ୍କ ପୂର୍ବତନ ସାଂସଦଙ୍କର ରାଜନୈତୀକ ପାସପୋର୍ଟକୁ ରଦ୍ଧ କରିଛନ୍ତି ।
ବୁଧବାର ସନ୍ଧ୍ୟାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ମଧ୍ୟବର୍ତ୍ତୀକାଳୀନ ସରକାର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ପାସପୋର୍ଟ ବାତିଲ ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର କିଛି କାରଣ ଦର୍ଶାଇଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହାସିନାଙ୍କ ବିରୋଧରେ 44 ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇସାରିଛି । ଆଉ କିଛି ମାମଲା ପଞ୍ଜିକୃତ ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ପାସପୋର୍ଟ ରଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ଏହା ବ୍ୟତୀତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜାରି କରାଯାଇଥିବା ଅନ୍ୟ ସାଂସଦଙ୍କ ପାସପୋର୍ଟ ମଧ୍ୟ ବାତିଲ କରାଯାଇଛି।