ବାଂଲାଦେଶରେ ଇସ୍କନ ସାଧୁଙ୍କ ଗିରଫ ପରେ ବିଗୁଡୁଛି ସ୍ଥିତି , ମୋଦିଙ୍କୁ ସାହାଯ୍ୟ ମାଗିଲା ଇସ୍କନ…
1 min readବାଂଲାଦେଶର ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମାନ ବନ୍ଦରରକୁ ଗିରଫ କରାଯାଇଛି। ଏହାପରେ ସେଠାରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି।ବିଳମ୍ବିତ ରାତିରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକେ ଜୟ ସିୟା ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଦେଇ ବାଂଲାଦେଶର ମୌଲବି ବଜାରରେ ମସାଲ ରାଲି କରିଥିଲେ। ଏହି ସମୟରେ ତାଙ୍କ ଉପରକୁ BNP ଏବଂ ଜାମାତର କର୍ମଚାରୀମାନେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ୫୦ ହିନ୍ଦୁ ଆହତ ହୋଇଛନ୍ତି।ଏହି ପ୍ରସଙ୍ଗରେ X ରେ ଟ୍ୱିଟ୍ କରି ISKCON ଭାରତ ସରକାରଙ୍କ ସହାୟତା ଲୋଡିଛି। ଇସ୍କନ ଏହି ଟୁଇଟ୍ ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଶ୍ରୀ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀରେ ଇସ୍କକନ୍ ଟ୍ୱିଟ୍ କରି କହିଛନ୍ତି – ISKCON ବାଂଲାଦେଶର ଅନ୍ୟତମ ପ୍ରମୁଖ ପୂଜକ ଶ୍ରୀ ଚିନ୍ମୟ କୃଷ୍ଣ ଦାଶଙ୍କୁ ଢାକା ପୋଲିସ ଗିରଫ କରି ନେଇଛି।
ଆତଙ୍କବାଦ ସହ ଏହାର କୌଣସି ସମ୍ପର୍କ ନାହିଁ। ଏହି ବିଷୟରେ ଭିତ୍ତିହୀନ ଅଭିଯୋଗ କରିବା ଅପମାନଜନକ।ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହାୟତା ଲୋଡି ଇସ୍କକନ୍ କହିଛନ୍ତି – “ଇସ୍କନ୍ ଭାରତ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ବାଂଲାଦେଶ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ଅନୁରୋଧ କରୁଛି।