Pratidin TV

Odisha's Digital News Platform

ୟୁନୁସ ସରକାର ହଟାଇଲେ କଟକଣା , ଏଥର ପୂଜାରେ ଜମିବ ଇଲିସି ଆସର ..

1 min read

ମାଛପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଏଥର ଦୁର୍ଗା ପୂଜାରେ ଜମିବ ଇଲିଶି ବେଶର । ପୁଣି ଘରେ ଘରେ ମହକିବ ଇଲିଶି  । କାରଣ ଭାରତକୁ ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି ମହମ୍ମଦ ୟୁନୁସ୍ ସରକାର।  ବାଂଲାଦେଶର ଅନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଉଠାଇ ଦେଇଛନ୍ତି।

ଭାରତକୁ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ କରିବାକୁ ୟୁନୁସ ସରକାର ମଞ୍ଜୁରୀ ଦେଇଛନ୍ତି। ମହମ୍ମଦ ୟୁନୁସ ସରକାର ଚଳିତବର୍ଷ ଘରୋଇ ବଜାରରେ କାରବାର ବଢାଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗାପୂଜା ସହିତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର ଚାହିଦା ବଢ଼ିଥାଏ। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ବାଲାଂଦେଶ ସରକାରଙ୍କ ଏହି ପଦକ୍ଷେପ ଫଳରେ ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।

Advertisement

ବାଂଲଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆବାମୀ ଲିଗ୍ ସରକାର ସଦଭାବନା ରୂପେ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେଉଥିଲେ। ଏହି ପରମ୍ପରା ଦୀର୍ଘ ବର୍ଷରୁ ଚଳି ଆସୁଥିଲା। ୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା।

Leave a Reply

Your email address will not be published. Required fields are marked *