Pratidin TV

Odisha's Digital News Platform

ଅଣାୟତ୍ତ ବାଂଲାଦେଶ , ନିଜ ହାତରେ ଲିଭାଇଲେ ନିଜ ଦେଶର ଇତିହାସ ..

1 min read

ବାଂଲାଦେଶର ସ୍ଥିତି ଧିରେ ଧିରେ ଖରାପ ହେବାରେ ଲାଗିଛି । ଆନ୍ଦୋଳକାରୀମାନେ ସବୁ ସୀମା ପାର କରିଦେଇଛନ୍ତି । ଆଜି ନିଜ ଦେଶର ସ୍ବାଧୀନତା ସଂଗ୍ରାମର ଇତିହାସ ମଧ୍ୟ ଭୁଲିବାକୁ ପଛାଇଲେ ନାହିଁ । ଦିନେ ବାଂଲାଦେଶର ବୀରତ୍ବର କାହାଣୀ ବଖାଣୁଥିବା ସ୍ମୃତି ସ୍ତମ୍ଭ ଭାଙ୍ଗିରୁଜି ଛାରଖାର କରିଦେଇଛନ୍ତି  । ସୂଚନାନୁଯାୟୀ  1971 ମସିହାରେ ଭାରତୀୟ ସେନା ନିକଟରେ ପାକିସ୍ତାନ ଆତ୍ମସମର୍ପଣ କରିବା ସହ ବାଂଲାଦେଶ ସ୍ବାଧୀନ ହୋଇଥିଲା । ହେଲେ ଶହୀଦ ସ୍ମାରକୀ ସଂଗ୍ରହାଳୟରେ ଥିବା ସେହି ଆତ୍ମସମର୍ପଣ ଚୁକ୍ତିନାମା ବେଳର ପ୍ରତିକୃତିକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଛନ୍ତି । ବାଂଲାଦେଶ ରାଜଧାନୀ ଢାକାର ମୁଜିବୁରନଗର ସ୍ଥିତ ଶହୀଦ ସ୍ମାରକୀ ସଂଗ୍ରହାଳୟରେ ଏହି ପ୍ରତିକୃତି ରଖାଯାଇଥିଲା ।

ଏହି ଘଟଣା ନେଇ କଂଗ୍ରେସ ସାଂସଦ ଶଶୀ ଥରୁର ଏକ୍ସ(X)ରେ ପୋଷ୍ଟ କରିଛନ୍ତି । ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ସେଠାରେ ଆଇନ ଶୃଙ୍ଖଳା ସ୍ଥିତି ଫେରାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଟ୍ବିଟରେ ଶଶୀ ଲେଖିଛନ୍ତି । 1971ରେ ବାଂଲାଦେଶ ବିଶ୍ବ ମାନଚିତ୍ରରେ ସ୍ବାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା । ଏହି ଆନ୍ଦୋଳନ ଓ ସ୍ବାଧିନତାର ମୁଖ୍ୟ ପୃଷ୍ଠପୋଷକ ଥିଲା ଭାରତ । ପାକିସ୍ତାନ ସହ ଯୁଦ୍ଧ ଲଢିଥିଲା ଭାରତୀୟ ସେନା । ପାକିସ୍ତାନ ସେନା ଭାରତ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବା ପରେ ବାଂଲାଦେଶ ସ୍ବାଧୀନ ଦେଶ ଭାବେ ମାନ୍ୟତା ପାଇଥିଲା । ଭାରତ ସହଯୋଗରେ ବାଂଲା ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଉଥିବା ଶେଖ ମୁଜିବୁର ରେହେମାନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଓ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ପାକିସ୍ତାନ ସେନାର ଆତ୍ମସମର୍ପଣ ଚୁକ୍ତିନାମା ବେଳର ପ୍ରତିମୂର୍ତ୍ତି ବାଂଲାଦେଶ ଶହୀଦ ସ୍ମାରକୀରେ ମଧ୍ୟ ସ୍ଥାନ ପାଇଥିଲା । ଏହା ଉଭୟ ବାଂଲାଦେଶ ଓ ଭାରତର ଗୌରବ ଓ ବନ୍ଧୁତ୍ବର ନିଦର୍ଶନ ଥିଲା । ହେଲେ ଏହାକୁ ମଧ୍ୟ ଭାଙ୍ଗିବାକୁ ପଛାଇନାହାନ୍ତି ବାଂଲା ଉପଦ୍ରବକାରୀ ।

Advertisement

Leave a Reply

Your email address will not be published. Required fields are marked *