ବାଂଲାଦେଶୀଙ୍କ ପାଇଁ ଗଠନ ହେଲା ସ୍ବତନ୍ତ୍ର କମିଟି ..
1 min readଏବେ ଅଣାୟତ୍ତ ହୋଇପଡିଛି ବାଂଲାଦେଶ । ଦିନକୁ ଦିନ ବଢିବାରେ ଲାଗିଛି ହିଂସା ଟାର୍ଗେଟରେ ରହିଛନ୍ତି ହିନ୍ଦୁ । ଆଉ ଏହି ହିଂସା ରେ ଅସୁରକ୍ଷିତ ହୋଇପଡିଛନ୍ତି ହିନ୍ଦୁ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବାର ଖବର ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି । ସୂଚନା ଅନୁସାରେ ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି ଯାହା ଦେଶରେ ବସବାସ କରୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବ ।
ଆଜି ବାଂଲାଦେଶରେ ଆରମ୍ଭ ହୋଇଥିବା ଉତ୍ତେଜନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କଠାରୁ ତାଙ୍କ ଆସନ ଛଡ଼ାଇ ନେଇଛି। ସେବେଠାରୁ ବାଂଲାଦେଶର ସ୍ଥିତି ଖରାପ ରହିଛି ଏବଂ ଏବେ ସାରା ବିଶ୍ୱର ନଜର ବାଂଲାଦେଶ ଉପରେ ରହିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟମାନଙ୍କ) ବିରୋଧରେ ହିଂସା ସୃଷ୍ଟି ହୋଇଛି। ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ପରିସ୍ଥିତି ତଥା ଅତ୍ୟାଚାରର ଅନୁଧ୍ୟାନ କରିବ। ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବେ ଏବଂ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ନେଇ ସୂଚନା ରହିଛି । ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟର ଏହି କମିଟି ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ।