Pratidin TV

Odisha's Digital News Platform

ବାଂଲାଦେଶ ହିଂସା ନେଲାଣି ଉଗ୍ର ରୂପ ; ଗଲାଣି ୧୦୫ ଜଣଙ୍କ ଜୀବନ ,ଲାଗୁହେଲା କର୍ଫ୍ୟୁ….

1 min read

ବାଂଲାଦେଶରେ ଚାଲିଥିବା ହିଂସା ଉଗ୍ର ରୂପ ନେଲାଣି । ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। କାହିଁକି ନା ଏହି ହିଂସାରେ ପ୍ରଥମେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଏହି ମୃତ୍ୟୁ ସଂଖ୍ୟା ୧୦୫ ରେ ପହଞ୍ଚିଲାଣି ।

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୨୫ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ଦେଶରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଶେଖ ହସିନାଙ୍କ ସରକାର। ଫଳରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

Advertisement

ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ସାର୍ବଜନୀନ ସ୍ଥଳୀରେ ହେଉଥିବା ସବୁ ସଭା, ସମିତି ଓ ରାଲି ଉପରେ ରୋକ୍ ଲଗାଯାଇଛି। ସରକାରଙ୍କ ବହୁ ପଦକ୍ଷେପ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ ଦେଉଛନ୍ତି।

ପ୍ରକୃତରେ ବାଂଲାଦେଶରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି। ଏହା ବିରୋଧରେ ଜୁଲାଇ ୧ରୁ ଆରମ୍ଭ ହୋଇଥିଲା ଯାହା ଧିରେ ଧିରେ ଭୟଙ୍କର ରୂପ ନେଲାଣି ।

Leave a Reply

Your email address will not be published. Required fields are marked *