Pratidin TV

Odisha's Digital News Platform

ହିଂସାରେ ଜଳୁଛି ବାଂଲାଦେଶ: ଆଲର୍ଟରେ ଓଡ଼ିଶା , ଅନୁପ୍ରବେଶକାରୀଙ୍କ ଉପରେ ରହିଛି କଡ଼ା ନଜର …

1 min read

ଏବେ ଅଣାୟତ୍ତ  ବାଂଲାଦେଶ  ଆଲର୍ଟରେ ଓଡିଶା । ବାଂଲାଦେଶରେ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦୁଇ ଦେଶର ସୀମାର ଅନେକ ସ୍ଥାନରେ ଅନେକ ଅନୁପ୍ରବେଶ ରୋକିଲାଣି ସେନା। ଏହା ସହିତ ଜଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି । ପାଟ୍ରୋଲିଂ ବଢାଇବା ସହ ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଥିବା ପୋଲିସ ଡିଜି କହିଛନ୍ତି । ତଟବର୍ତ୍ତୀ ଅଞ୍ଚଳରେ ଯେଉଁଠି ବି ଅନୁପ୍ରବେଶ ଆଶଙ୍କା ରହିଛି, ସେଠାରେ ତୀକ୍ଷଣ ନଜର ରଖାଯାଇଛି ।

ପଡ଼ୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଓଡିଶାକୁ ଜଳପଥରେ ଅନୁପ୍ରବେଶ ନେଇ ଆଶଙ୍କା ରହିଛି । ଦେଶରେ ବ୍ୟାପକ ହିଂସା ଦେଖାଦେଇଥିବା ବେଳେ ଆଶ୍ରୟ ନେବାକୁ ଭାରତ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟକୁ ଉଭୟ ଜଳପଥ ଓ ସଡକ ପଥରେ ଅନୁପ୍ରବେଶ କରିଥାନ୍ତି ବାଂଲାଦେଶୀ । ରାଜ୍ୟର ମୋଟ୍ ସାମୁଦ୍ରିକ ତଟରେଖା ୪୮୦ କିଲୋମିଟର । ବାଲେଶ୍ବରର ୯୦କିଲୋମିଟର ତଟରେଖା ଦେଇ ସର୍ବାଧିକ ବାଂଲାଦେଶୀ ଆସିଥାନ୍ତି । ସେହିପରି ସ୍ଥଳପଥରେ ପଶ୍ଚିମବଙ୍ଗ ଦେଇ ଓଡିଶାରେ ଅନୁପ୍ରବେଶ କରିଥାନ୍ତି ବାଂଲାଦେଶୀ । ତେଣୁ ସବୁ ପ୍ରବେଶ ପଥ ଉପରେଏବେ  କଡା ନଜର ରଖାଯାଇଛି । ଏହାସହିତ ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *