Pratidin TV

Odisha's Digital News Platform

ପ୍ରେମ ପାଇଁ ଭାରତ ଆସିଥିଲେ, ହେଲେ ସାମ୍ନାରେ ପ୍ରେମିକକୁ ଦେଖି ଉଡିଗଲା ହୋସ..

1 min read


ଉତ୍ତରପ୍ରଦେଶ: ସୀମା ହାଇଦରଙ୍କ ପରି କାହାଣୀର ହେଲା ପୁନରାବୃତ୍ତି । ପୁଣି ପ୍ରେମିକ ପାଇଁ ସୀମା ପାର କରି ଆସିଲେ ଜଣେ ଯୁବତୀ । ପ୍ରଥମେ ସୋସିଆଲ ମିଡିଆରେ ବନ୍ଧୁତା, ପରେ ପ୍ରେମ । ଆଉ ନିଜର ପ୍ରେମକୁ ପାଇବା ପାଇଁ ବିବାହିତା ଯୁବତୀ ଜଣଙ୍କ ନିଜର ତିନୋଟି ପିଲାଙ୍କୁ ଧରି ଚାଲି ଆସିଲେ ଭାରତରେ ଥିବା ନିଜର ପ୍ରେମିକ ପାଖକୁ । ହଁ ଆଜ୍ଞା ପାକିସ୍ଥାନରୁ ଭାରତ ଆସିଥିବା ସୀମା ହାୟୀଦରଙ୍କ ପରି ବାଂଲାଦେଶର ଜଣେ ମହିଳା ନିଜର ତିନି ସନ୍ତାନ ସହିତ ଉତ୍ତରପ୍ରଦେଶର ଶ୍ରାବସ୍ତରରେ ପହଞ୍ଚିଥିଲେ । କିନ୍ତୁ ପ୍ରେମିକ ଘରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସେ ବେଆଇନ ଭାବେ ଭାରତ ଆସିଥିବାରୁ ପୋଲିସ ମହିଳାଙ୍କୁ ଗିରଫ କରିଥିଲା ।


ତେବେ ଦିଲରୁବା ନାମକ ଜଣେ ବିବାହିତା ମହିଳା ନିକଟକ ଜରିଆରେ ଜଣେ ଯୁବକ ସହ ବନ୍ଧୁତା କରିଥିଲେ । ଉକ୍ତ ଯୁବକଙ୍କ ନାମ ଅବଦୁଲ କରିମ ବୋଲି ଜଣାପଡିଛି । ଯେତେବେଳେ ଦିଲରୁବା ବାଂଲାଦେଶରୁ ସୀମା ପାର କରି ଭାରତରେ ପହଞ୍ଚିଥିଲେ । ସେତେବେଳେ ଅବଦୁଲଙ୍କ ସତ୍ୟ ତାଙ୍କ ସାମ୍ନାକୁ ଆସିଲା । ଆଉ ଅବଦୁଲ ପୂର୍ବରୁ ବିବାହିତ ଥିଲେ । କିନ୍ତୁ ଏକଥା ଦିଲରୁବା ପୂର୍ବରୁ ଜାଣିନଥିଲେ । ମହିଳାଙ୍କ ଜଣକ ସେଠାରେ ପହଞ୍ଚିବା ମାତ୍ରେ ପୋଲିସ ତୁରନ୍ତ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା । ଯେତେବେଳେ ମହିଳାଙ୍କୁ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଇଥିଲା, ସେତେବେଳେ ପାସପୋର୍ଟ ଏବଂ ଭିସା ସମେତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଜବତ କରିଥିଲା । ଦିଲରୁବାଙ୍କର ଟୁରିଷ୍ଟ ଭିସା ଅଛି । ଦିଲରୁବା କହିଛନ୍ତି ଯେ ସେ ବାଂଲାଦେଶର ରାଉଜନ ଜିଲ୍ଲାର ଚିତ୍ରକୋଣ୍ଡା ନିବାସୀ । ସୋସିଆଲ ମିଡିଆ ମାଧ୍ୟମରେ ଅବଦୁଲଙ୍କ ସହ ବନ୍ଧୁତା କରିଥିଲେ ଏପରିକି ଦୁହେଁ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେଇଥିଲେ । କିନ୍ତୁ ଅବଦୁଲ ପୂର୍ବରୁ ବିବାହିତ ବୋଲି ସେ ଜାଣିନଥିଲେ । ଯେତେବେଳେ ମହିଳା ଅବଦୁଲଙ୍କ ଘରେ ପହଞ୍ଚିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ପୂର୍ବରୁ ବିବାହିତ ଆଉ ଘରେ ତାଙ୍କର ସ୍ତ୍ରୀ ଅଛି ବୋଲି । ଏହି ଘଟଣାରେ ଅବଦୁଲଙ୍କ ପତ୍ନୀ ମଧ୍ୟ ଆପତ୍ତି ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *