ବ୍ୟାଙ୍କ କୃଷି ଅଧିକାରୀଙ୍କ ନିଖୋଜ ଘଟଣା : ବ୍ରିଜ୍ ଉପରୁ ମିଳିଲା ଗାଡି ଓ ହେଲମେଟ୍
1 min readଭୁବନେଶ୍ୱର : ବ୍ୟାଙ୍କରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ର ଗତକାଲିଠୁ ନିଖୋଜ ଅଛନ୍ତି । ଦିବ୍ୟରଂଜନ ବରଗଡ ଜିଲ୍ଲା ବରପାଲି ପଞାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ଦିବ୍ୟରଂଜନ ବ୍ୟାଙ୍କ କାମରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ଯାଇଥିଲେ । ତେବେ ସେଠାରୁ ସନ୍ଧ୍ୟା ୬ ଟାରେ ଫେରିବା ସମୟରେ ନିଜ ସ୍ତ୍ରୀଙ୍କୁ ଫୋନ୍ କର ଜଣେଇଥିଲେ ,କିନ୍ତୁ ରାତି ୭ ଟା ପରେ ତାଙ୍କ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା ।
ପୁଅର ଘରେ ନପହଞ୍ଚିବା ସହ ଫୋନ ସୁଇଚ୍ ଅଫ୍ ହୋଇଯାଇଥିବ କାରଣରୁ ପରିବାର ଲୋକେ ଓ ସ୍ତ୍ରୀ ଡରି ଯାଇଥିଲେ । ଏହାପରେ ପରିବାରଲୋକେ ବିନିକା ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ ଦିବ୍ୟରଞନଙ୍କୁ ପାଇନଥିଲେ । ନିରଶ ହୋଇ ପରିବାର ଲୋକେ ଘରକୁ ଫେରିଆସିଥିଲେ । ଏହାପେରେ ବିଳମ୍ବିତ ରାତିରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ମିଳିଥିଲା ଯେ , ଏନ୍ଏଚ୍ ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ୍ ଉପରେ ଏକ ବାଇକ୍ ଓ ହେଲମେଟ ଛିଆହୋଇଛି । ଖବର ପାଇ ସଙ୍ଗେ ସଙ୍ଗେ ଘର ଲୋକ ସେଠାରେ ପହଞ୍ଚି ବାଇକଟିକୁ ଚିହ୍ନଟ କରିଥିଲେ । ତାହା ଦିବ୍ୟରଂଜନଙ୍କ ବାଇକ ଓ ହେଲମେଟ୍ ଥିଲା । କିନ୍ତୁ ସେଠାରେ ଦିବ୍ୟରଜଂନଙ୍କୁ ପାଇନଥିଲେ ଘରଲୋକେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଘରଲୋକେ । ଏହାପରେ ଘଟଣା ସ୍ଥଳରେ ଡୁଙ୍ଗୁରାପାଲି ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ରାତି ଅନେକ ହେଇଯାଇଥିବାରୁ ଅଗ୍ନିସମ ବାହିନୀ ବ୍ରିଜ୍ ନିକଟରେ ଅନେକ ଖୋଜା ଖୋଜି ପରେ ଦିବ୍ୟରଞ୍ଚନଙ୍କୁ ନପାଇ ଫେରିଯାଇଥିଲା ଟିମ୍ ।
ତେବେ ଏହି ସବୁ ଘଟଣା ପରେ ଦିବ୍ୟରଂଜନ ଆତ୍ମହତ୍ୟା କରୁଥିବା ନେଇ ଅନୁମାନ କରିଛି ପୋଲିସ୍ । କିନ୍ୁ ଘର ଲୋକ ଏହାକୁ ସମ୍ପୂର୍ଣ୍ଣ ଏଡାଇ ଦେଇଛନ୍ତି ।ଘରଲୋକଙ୍କ କହିବା ଅନୁ୍ଯାୟୀ ଦିବ୍ୟରଂଜନଙ୍କର କାହା ସହ କିଛି ବିବାଦ ନଥିଲା ,କି ଘରେ ମଦ୍ୟ ମନ୍ତାନ୍ତର କି ମତାନ୍ତର ନଥିଲା । ତାଙ୍କର ଶତ୍ରୁ ମଧ୍ୟ କେହିନଥିଲେ । ପରିବାରର ମଧ୍ୟ କାହା ସହ କିଛି ବିବାଦ ନଥିଲା । ତେବେ ସେ ଆତ୍ମହତ୍ୟା କହିଁକି କରିବ ? ଏପରି ଅନେକ ପ୍ରଶ୍ନ ଉଠାଈଛନ୍ତି ଦିବ୍ୟରଂଜନଙ୍କ ପରିବାର ଲୋକେ । ସେହିପରି ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ବ୍ରିଜ୍ ନିକଟରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଦେଇଛି ।