Pratidin TV

Odisha's Digital News Platform

ଶୀଘ୍ର ଶୀଘ୍ର ସାରିଦିଅନ୍ତୁ କାମ , ମେ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ..

ଶାଘ୍ର ସାରନ୍ତୁ ବ୍ୟାଙ୍କ କାମ ନହେଲେ ଆପଣ ହୋଇଯିବେ ହଇରାଣ । ଏପ୍ରିଲ୍ ମାସ ଶେଷ ହେବାକୁ ଯାଉଛି ଏବଂ ମେ ରେ ଭରପୂର ପର୍ବ ସହ ମାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂଚନାନୁସାରେ ମେ ମାସରେ ଅନେକ ପର୍ବପର୍ବାଣୀ ଥିବାରୁ ମେ ମାସରେ ୧୪ ଦିନ ବ୍ୟାଙ୍କ କାମ ହେବ ନାହିଁ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଏହି ମାସର ଅବଶିଷ୍ଟ ଦିନରେ ଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରି ନିଅନ୍ତୁ । ମେ ମାସରେ ୪ଟି ରବିବାର ଓ ୨ଟି ଶନିବାର ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ କାରଣ ପାଇଁ ଅନ୍ୟ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ମାସର ଆରମ୍ଭ ଛୁଟିରୁ ହେବାକୁ ଯାଉଛି ।

ମେ ମାସରେ ବିଶେଷ କରି ଶ୍ରମିକ ଦିବସ, ମହାରାଷ୍ଟ୍ର ଦିବସ, ଲୋକସଭା ନିର୍ବାଚନ, ଅକ୍ଷୟ ତୃତୀୟା, ବୁଦ୍ଧ ପୁର୍ଣ୍ଣିମା ସହ ଶନିବାର ଓ ରବିବାର ଛୁଟି ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ମେ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ୧ରେ ଶ୍ରମିକ ଦିବସ, ମହାରାଷ୍ଟ୍ର ଦିବସ, ମେ ୫ ରବିବାର, ମେ ୭ରେ ଅହମଦାବାଦ, ଭୋପାଲ, ପାନାଜୀ ଓ ରାୟପୁରରେ ନିର୍ବାଚନ କାରଣରୁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମେ ୮ରେ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ କାରଣରୁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ, ମେ ୧୦ରେ ବସବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ଯୋଗୁଁ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ । ସେପଟେ ମେ ୧୧ ଦ୍ୱିତୀୟ ଶନିବାର, ମେ ୧୨ ରବିବାର, ମେ ୧୩ରେ ଶ୍ରୀନଗରେ ନିର୍ବାଚନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ସେହିପରି ମେ ୧୬ରେ ଗ୍ୟାଙ୍ଗଟକରେ ଷ୍ଟେଟ୍ ଡେ ପାଳନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ମେ ୧୯ ରବିବାର, ମେ ୨୦ ଲୋକସଭା ନିର୍ବାଚନ ପାଇଁ ମୁମ୍ବାଇ ଓ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ, ମେ ୨୩ରେ ବୁଦ୍ଧ ପୂର୍ଣ୍ଣିମା କାରଣରୁ ଅଗରତାଲା, ଆଇଜୋଲ, ବେଲାପୁର, ଭୋପାଲ, ଚଣ୍ଡିଗଡ଼, କାନପୁର, କୋଲକାତା, ଲକ୍ଷ୍ନୌ ସହ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୨୫ ୪ର୍ଥ ଶନିବାର ଓ ମେ ୨୬ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ପ୍ରକାଶ ଥାଉ କି, ଏହି ଦିନ ଗୁଡ଼ିକରେ ଅନଲାଇନ ଓ ଏଟିଏମ୍ ସେବା ଲୋକମାନେ ଲାଭ କରିପାରିବେ । ସେହିଭଳି ୮ ଦିନ ପୁଞ୍ଜି ବଜାର କାରବାର ମଧ୍‌ଯ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *