କାଶ୍ମୀରରେ ପୁଣି ହିନ୍ଦୁଙ୍କ ଉପରେ ଅତ୍ୟାଚାର: ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ
1 min readନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପୁଣି ଅତ୍ୟାଚାରିତ ହୋଇଛନ୍ତି ହିନ୍ଦୁ । ନିକଟରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ବେଳେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ । ରାଜସ୍ଥାନର ଏହି ବ୍ୟକ୍ତି ଜଣଙ୍କର ନାମ ବିଜୟ କୁମାର । ବିଜୟ କାଶ୍ମୀରର କୁଲଗାମରେ ଏଲାକ୍ୱାଇ ଦେହାତି ବ୍ୟାଙ୍କରେ ମ୍ୟାନେଜର ଭାବରେ କାମ କରୁଛନ୍ତି ।
ଗୁଳିମାଡରେ ଗୁରୁତର ବିଜୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଜସ୍ଥାନର ହନୁମାନଗଡର ବାସିନ୍ଦା ବିଜୟ କାଶ୍ମୀରର ମୋହନ ପୋରାରେ ଅବସ୍ଥାନ କରନ୍ତି । ଜମ୍ମୁ କାଶ୍ମୀର ପୋଲିସର ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟ୍ କରାଯିବା ସହିତ ସୂଚନା ପ୍ରଦାନ କରାଯାଇଛି । ଗୁରୁବାର ସକାଳେ ସୋପିଆଁରେ ବୋମା ବିସ୍ଫୋରଣରେ ୩ ଜଣ ଯବାନ ଆହତ ହେବା ପରେ ଏହି ଘଟଣା ହିନ୍ଦୁ ମାନଙ୍କ ଚିନ୍ତା ବଢାଇଛି । ଏହା ସହତ ଦୁଇ ଦିନ ପୂର୍ବରୁ ଜଣେ ହିନ୍ଦୁ ମହିଳାଙ୍କୁ ଗୁଳି କରି ଆତଙ୍କୀ ମାନେ ହତ୍ୟା କରିଥିଲେ । ରଜନୀ ବାଳା ନାମ୍ନୀ ଏହି ମହିଳା ସାମ୍ବା ଜିଲ୍ଲାରେ ଶିକ୍ଷକତା କରୁଥିଲେ । ବିଗତ ଦୁଇ ମାସ ମଧ୍ୟରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି ।