Pratidin TV

Odisha's Digital News Platform

ବାଙ୍କୀରେ ନଗଡାର ଚିତ୍ର : ଅପପୁଷ୍ଟିର ଶିକାର ହୋଇ ଦୁର୍ଦିନ ଦିନ କାଟୁଛନ୍ତି ବାପ ଝିଅ ..

1 min read

ବାଙ୍କୀ : ଦାରିଦ୍ର୍ୟ , ଅସହାୟ ଵା ଦୁଃଖ ପ୍ରକୃତରେ କାହାକୁ କୁହାଯାଏ ? ଏସବୁର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏବେ ଦୁର୍ଦିନରେ ଦିନ କାଟୁଥିବା କଟକ ବାଙ୍କି ଅଞ୍ଚଳର ବୃଦ୍ଧ ପିତା ଏବଂ ତାଙ୍କ ଝିଅ । ପରିସ୍ଥିତି ଏମିତି ଯେ ଖାଦ୍ୟ ଅଭାବରୁ ଏବେ ବାପ ଝିଅ ଦୁଇଜଣ ହୋଇଛନ୍ତି ଅପପୁଷ୍ଟିର ଶିକାର । ଆଉ ଏବେ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ବି ଅସମର୍ଥ । ନିଜର ଦୈନନ୍ଦିନ କାମ କରିବା ପାଇଁ ଆଜି ତାଙ୍କୁ ଘୁଷୁରୀ ଘୁଷୁରୀ ଯିବାକୁ ପଡୁଛି କାହିଁକି ନା ଗୋଡ ଗୁଡିକ ଏବେ ସୁଖୀ ପତଳା ହୋଇଯାଇଛିା

କଟକ ଜିଲ୍ଲା ବାଙ୍କୀ ବୈଦେଶ୍ଵର ଗ୍ରାମର ସଚି ସାହୁ ଯିଏ ଆଜି ଅଭାବ ଅନାଟନର କରୁଣ ପରିଣତିର ଶିକାର ହୋଇସାରିଛନ୍ତି । ଏବଂ ଖାଦ୍ୟ ଅଭାବରୁ କେବଳ ସେ ନୁହେଁ ତାଙ୍କ ଝିଅ ଲକ୍ଷ୍ମୀ ମଧ୍ୟ ଆଜି ଅପପୁଷ୍ଟିର ଶିକାର ହୋଇ ସାଜିଛନ୍ତି ଶାରୀରିକ ବିକଳାଙ୍ଗ । ଆଉ ତାଙ୍କ ରହୁଥିବା ଘରର ଅବସ୍ଥା ନ କହିଲେ ଭଲ ଯେଉଠି ଦିନରେ ସୂର୍ଯ୍ୟ ଏବଂ ରାତିରେ ଚନ୍ଦ୍ର ଦିଶୁଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ତାଙ୍କୁ ଖଣ୍ଡେ ଆବାସ ଯୋଜନା ବି ମିଳିଥିଲା ହେଲେ କରାଳ ଦାରିଦ୍ର୍ୟ ଓ ପେଟର ଭୋକ ପାଇଁ ସେ ପାଇଥିବା କିଛି ଅର୍ଥରାସୀକୁ ଖର୍ଚ୍ଚ କରିଦେଇଛନ୍ତି । କାହିଁକି ନା ଘର ଅପେକ୍ଷା ତାଙ୍କୁ ପେଟର ଭୋକ ଭାରୀ ପଡ଼ିଥିବା ସେ କୁହନ୍ତି ଓ ଏବେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ପର ଆଗରେ ହାତ ପାତିବାକୁ ପଡୁଛି । କିଛି ଦିନ ତଳୁ ସଚି ସାହୁ ଙ୍କ ସ୍ତ୍ରୀ ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ବାହାରକୁ କେଉଁଆଡେ ଚାଲିଯାଇଛନ୍ତି ବୋଲି କହୁଛନ୍ତି ସଚି ସାହୁ । ଆଉ ଏବେ ତାଙ୍କର ଏ ପରିସ୍ଥିତି ଦେଖି କିଛି ସମାଜ ସେବି ଏବଂ ଭୁବନେଶ୍ୱର ସ୍ଥିତ ମାତୃଭୂମି ଓଡିଶାର ସଦସ୍ୟ ମାନେ , କିଛି ରାସନ ଦେଇଯିବା ସହ ଭଙ୍ଗା ଘର ଉପରେ ଖଣ୍ଡେ ଜରି ପାଲ ପକାଇଦେଇ ଯାଇଛନ୍ତି । କିନ୍ତୁ ସେସବୁ ଵା କେତେଦିନ ଯାଏଁ ଚାଲିବ, ଆଉ କେତେଦିନ ଯାଏଁ ଵା ବାହାର ଲୋକେ ସାହାଯ୍ୟ କରିବେ ।

Advertisement

ଆଜି ରାଜ୍ୟ ଓ କେନ୍ଦ୍ର ସରକାର ଗରିବ କଲ୍ୟାଣ ନିମନ୍ତେ ହାତ ଖୋଲା ଖର୍ଚ୍ଚ କରିଚାଲିଥିବାର ଦେଖିବାକୁ ମିଳୁଛି, ଗରିବ ଙ୍କ ପାଇଁ ମାଳ ମାଳ ଯୋଜନା ମଧ୍ୟ କରାଯାଇଛି । ହେଲେ ବିଡମ୍ବନାର ବିଷୟ ହେଉଛି ଏହି ଯୋଜନା ଆଜି ପହଞ୍ଚି ପାରୁନି ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏଇ ଯେମିତି ସଚି ସାହୁ ଏବଂ ତାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଭିନ୍ନକ୍ଷମ ହୋଇ ମଧ୍ୟ, ବହୁଦିନ ଧରି ନିଜ ପାଇଁ ଖଣ୍ଡେ ଭିନ୍ନକ୍ଷମ ଭତ୍ତା ନିମନ୍ତେ ବିଭିନ୍ନ ପ୍ରଶାସନିକ ସ୍ତରରେ ଗୁହାରି କରିଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଭତ୍ତା ଯୋଜନାରୁ ହୋଇଛନ୍ତି ବଞ୍ଚିତ । ତେଣୁ ଯଦି ସରକାର ଵା ସ୍ଥାନୀୟ ପ୍ରଶାସନ ଏ ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ହୁଏତ ତାଙ୍କର ଏ ଦୁଃଖ କଷ୍ଟ କିଛି ମାତ୍ରାରେ ଲାଘବ ହୋଇ ପାରନ୍ତା । ଓ ଏଥି ପାଇଁ ସେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *