Pratidin TV

Odisha's Digital News Platform

ପଦରୁ ଇସ୍ତଫା ଦେଲେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ…

1 min read

ନିଜ ପଦରୁ ଇସ୍ତଫା ଦେଲେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ । ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର  । ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା ଜଣାପଡିଛି । ତେବେ ଗତ କିଛି ମାସ ହେବ ରାଜ୍ୟ ସରକାରଙ୍କ ସହିତ ବନୱାରିଲାଲ ପୁରୋହିତଙ୍କର ବିବାଦ ଲାଗି ରହିଥିଲା । ହେଲେ ସରକାରଙ୍କ ସହିତ ଚାଲିଥିବା ବିବାଦ ମଧ୍ୟରେ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ସୂଚନାମୁତାବକ ଗତ କିଛି ଦିନ ଧରି  ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏପରିକି ରାଜ୍ୟପାଳ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ ।

ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ପୁରୋହିତ ଉଲ୍ଲେଖ କରିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କାରଣ ଓ ପୂର୍ବର କିଛି ପ୍ରତିବଦ୍ଧତା ପାଇଁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ପଦରୁ ପ୍ରଶାସକ ପଦରୁ ଇସ୍ତଫା ଦେଉଛନ୍ତି । ତେଣୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ । ତେବେ ରାଷ୍ଟ୍ରପତି ଭବନ ଏହି ଇସ୍ତଫାକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି ।

Advertisement

ପଞ୍ଜାବରେ ‘ଆମ ଆଦମୀ ପାର୍ଟି’ କ୍ଷମତାରେ ରହିଛି । ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ମଧ୍ୟ ବିବାଦ ଲାଗିରହିଛି   । ଗତବର୍ଷ ଅଗଷ୍ଟରେ ଏକାଧିକ ପ୍ରସଙ୍ଗରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଫଳରେ ରାଜ୍ୟପାଳ କିଛି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଥ୍ୟ ମାଗିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏହି ଚିଠିରେ କୌଣସି ବି ଉତ୍ତର ଦେଇନଥିବା ଅଭିଯୋଗ ହୋଇଥିଲା । ଫଳରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖି ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ଅଭିଯୋଗରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ କରିବା ନେଇ ଚେତାବନୀ ଦେଇଥିଲେ ।

ତାସହିତ ମୁଖ୍ୟମନ୍ତ୍ରୀ ଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର କରିବା ପାଇଁ ରାଜ୍ୟପାଳ  ଚେତାବନୀ ଦେଇଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ହେଲେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଭାଗବତ ମାନ୍ ଓ ତାଙ୍କ ସରକାର ଖଣ୍ଡନ କରିଥିଲେ । ରାଜଭବନରେ ସମସ୍ତ ଚିଠିର ଉତ୍ତର ଯଥା ସମୟରେ ପ୍ରଦାନ କରାଯାଇଛି ବୋଲି କହିଥିଲେ   । ପଞ୍ଜାବ ପରି ଶାନ୍ତିପ୍ରିୟ ରାଜ୍ୟର ଲୋକଙ୍କୁ ରାଜ୍ୟପାଳ ଧମକ ଦେବାକୁ ଚେଷ୍ଟା  କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବନୱାରିଲାଲ ଙ୍କ ଉପରେ ଓଲଟା ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *