ବାରରେ ମନ ଇଚ୍ଛା ରହିପାରିବେନି ବାଉନ୍ସର…..
1 min readକମିଶନରେଟ ପୋଲିସ କଲା ନୂଆ ନିୟମ |ବାରରେ ଏବେ ବିନା ଅନୁମତିରେ ରହିପାରିବେନି ବାଉନ୍ସର | କମିଶନରେଟ ପୋଲିସ ବାରରେ ବାଉନ୍ସର ନିଯୁକ୍ତି ନେଇ ଆରମ୍ଭ କଟକଣା ।ରାଜଧାନୀରେ ବାର ମାଲିକମାନେ ମନ ଇଚ୍ଛା ନିଯୁକ୍ତ କରିପାରିବେ ନାହିଁ ବାଉନ୍ସର ବା ସୁରକ୍ଷାକର୍ମୀ | ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଆସନ୍ତା ୨ ମାସ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ଏହି ନିୟମ ବଳବତର ରହିବ |
କମିଶନରେଟ ପୋଲିସ ନିୟମାନୁଯାୟୀ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ ।ନିୟୋଜିତ ହୋଇଥିବା ବାଉନ୍ସର ବା ସୁରକ୍ଷାକର୍ମୀ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଲିଖିତ ଭାବରେ ଜଣାଇବାକୁ ବାର ମାଳିକକୁ ନିର୍ଦେଶ ଦିଆଯାଇଛି |ଆବଶ୍ୟକ ପଡିଲେ ୧୧୨ ରେ ଫୋନ କରି ବାଉନ୍ସର ବା ସୁରକ୍ଷାକର୍ମୀଙ୍କ ବିଷୟରେ ସୂଚନା ଦେଇପାରିବେ | କୌଣସି ପରିସ୍ଥିତିରେ ବାଉନ୍ସର ବା ସୁରକ୍ଷାକର୍ମୀମାନେ ଗ୍ରାହକଙ୍କ ମୌଳିକ ଅଧିକାର ଉଲଂଘନ କରିପାରିବେ ନାହିଁ ।କୌଣସି ପ୍ରକାର ଗ୍ରାହକମାନଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏହା ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।