Pratidin TV

Odisha's Digital News Platform

ମାସଂ ଖାଇଲା ବୋଲି ପୋଶା କୁକୁରର ଜୀବନ ନେଇଗଲେ ପଡୋଶୀ…


ଉତ୍ତରପ୍ରଦେଶ: କୁକୁର ମାସଂ ଖାଇଗଲା ବୋଲି ଗୁଳି କରିଦେଲେ ପଡୋଶୀ। ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପଡୋଶୀ ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ । ଝଗଡା ଏତେ ବଢିଯାଇଥିଲା ଯେ ପଡୋଶୀ ଜଣଙ୍କ ରାଗରେ କୁକୁର ଉପରକୁ ଗୁଳି କରିଥିଲେ । ଆଉ କୁକୁରଟି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି । ମହିଳା ଜଣକ ଅଭିଯୁକ୍ତଙ୍କ ପଡୋଶୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଅପରାଧିକ ମୂଳକ ସଙ୍ଗୀନ ଦଫା ଲଗାଇଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ କିଛି ଲୋକଙ୍କୁ ଅଟକ ମଧ୍ୟ ରଖିଛି ।


ସୁଚନା ମୁତାବିକ ପଡୋଶୀ ଅରବିନ୍ଦ ଭର୍ମାଙ୍କ ଘରେ ମାଂସ ରଖାଯାଇଥିଲା । ଏହି ମାସଂକୁ କଲପାନା ଚର୍ତୁବେଦୀ ନାମକ ମହିଳାଙ୍କ ପୋଷା କୁକୁର ଖାଇଦେଇଥିଲା । ଯେଉଁଥିପାଇଁ ଶ୍ରୀ ଭର୍ମା ବହୁତ ରାଗିଯାଇଥିଲେ । ଫଳରେ ପ୍ରତିଦିନ ପଡୋଶୀ ଭର୍ମା ସେହି ମହିଳାଙ୍କ ସହ ଝଗଡା କରୁଥିଲେ । ଏବଂ ତାଙ୍କ ପୋଷା କୁକୁର ଉପରେ ବହୁତ ଗାଳି କରୁଥିଲେ । କିନ୍ତୁ ରବିବାର ରାତିରେ ମହିଳା ଜଣକ ନିଜ ପୋଷା କୁକୁରକୁ ଧରି ବାହାରେ ବୁଲୁଥିଲେ । ପରେ ପଡୋଶୀ ଅରବିନ୍ଦ ଭର୍ମା ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେବା ଆରମ୍ଭ କରିଥିଲେ । ଆଉ ରାଗ ନିୟନ୍ତ୍ରଣ ନ କରି ଶ୍ରୀ ଭର୍ମା ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି କୁକୁର ଆଡକୁ ଦେଖାଇ ଗୁଳି ଚଳାଇଲା । ଫଳରେ କୁକୁରଟି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି । ତେବେ କକୁର ଉପରେ ଗୁଳି ଚାଳନା କରିବା ପରେ ମହିଳା ଜଣକ ବହୁତ ଡରି ଯାଇଥିଲେ । ଆଉ ଏହି ଘଟଣାକୁ ନେଇ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପରିବାର ସଦସ୍ୟ ଘଟଣାସ୍ଥଳରେ ପୋଲିସକୁ ଡାକିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଭର୍ମାଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଂଙ୍ଗୀନ ଦଫା ଲଗାଇଛି । ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *