ୱାନ ସାଇଡ ଲଭ୍ର କରୁଣ ପରିଣତି , ପ୍ରେମରେ ବିଫଳ ହୋଇ ମହିଳାଙ୍କ ଜୀବନ ନେଲା ମନୋଜ ..
1 min readଏକତରଫା ପ୍ରେମରୁ ହତ୍ୟାକାଣ୍ଡ । ମହିଳା ରାଜି ନହେବାରୁ ନିର୍ମମ ଭାବେ ହତ୍ୟା କଲା ଯୁବକ । କଟକ ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳର ବାରିସିଂହ ଗାଁରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ମହିଳାଙ୍କୁ ଏକତରଫା ପ୍ରେମ କରି ଶାୀରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଅଭିଯୁକ୍ତ । ଏକଥା ରେ ମହିଳା ରାଜି ନହେବାରୁ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ପ୍ରଥମେ ବାଡିରେ ତପରେ ମୁଣ୍ଡକୁ ପଥରରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ ।
ଘଟଣା ଅନୁଯାୟୀ ଅଭିଯୁକ୍ତ ମନୋଜ ମହାରଣା ମହିଳାଙ୍କ ଘର ନିକଟରେ ଶ୍ରମିକ ଭାବେ କାମ କରୁଥିଲେ । ଅଭିଯୁକ୍ତର ସ୍ତ୍ରୀ ଅସୁସ୍ଥ ଥିବା ବେଳେ ସେ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା । ଏପରିକି ତାଙ୍କୁ ବିବାହର ପ୍ରଲୋଭନ ମଧ୍ୟ ଦେଖାଇଥିଲା ଅଭିଯୁକ୍ତ ମନୋଜ । ହେଲେ ମହିଳା ଜଣକ ରାଜି ନହେବାରୁ ବଦନାମ ଭୟରେ କାଠଫଳିଆ ଓ ପଥରରେ ଛେଚି ଆକ୍ରମଣ କରିବାରୁ ମହିଳାଙ୍କ ଜୀବନ ଯାଇଥିବା ନେଇ ସେ ପୋଲିସ ଆଗରେ ସ୍ୱୀକାର କରିଛି । ଏହି ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ମନୋଜ । ଏହି ଘଟଣାରେ ପୋଲିସ୍ ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଡି ଏବଂ ପଥର ସହ ଘଟଣାସ୍ଥଳରୁ ଏକ ବାହାଘର କାର୍ଡ ଏବଂ ସିନ୍ଦୁର ଜବତ କରିଛି । ବାରଙ୍ଗ ଥାନା ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।