Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଫ୍ଲାଏଓଭରୁ ଖସିପଡିଲା ଯାତ୍ରୀବାହୀ ବସ୍ , ୧ମୃତ ୨୦ ଆହତ ।

1 min read

ଭୋରୁ ଭୋରୁ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଫ୍ଲାଏଓଭରରୁ ଖସିପଡିଲା ଯାତ୍ରୀବାହି ବସ୍ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨୦ ରୁ ଅଧିକ ଆହତ ଥିବା ଜଣାପଡିଛି ।

ମିଳିଥିବା ଖବର ଅନୁଯାୟୀ ସୋମବାର ପୂର୍ବାହ୍ନରେ ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫ୍ଲାଏଓଭରରୁ ଯାତ୍ରୀ ଭରପୂର ଏକ ବସ୍ ଖସିପଡିବା ପରେ ଅନେକ ଲୋକ ଆହତ ହୋଇଥିଲେ।ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହି ସମୟରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisement

ଦିଲ୍ଲୀରୁ ବସ୍ ଆସୁଥିବା ବେଳେ ସକାଳ ପ୍ରାୟ ସାଢେ ତିନିଟାରେ ଏହି ସଡକ ଦୁର୍ଘଟଣା ଘଟିଥିଲା। ତା’ପରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଫତେହଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଫ୍ଲାଏ ଓଭରରୁ ଖସିପଡିଥିଲା ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର କହିଛନ୍ତି ଯେ ମୃତ ବ୍ୟକ୍ତି ମେରୁଟ ନିବାସୀ ପ୍ରେମ କିଶନ (୪୦) ବୋଲି ଜଣାପଡିଛି। ବର୍ତ୍ତମାନ ଆହତମାନଙ୍କୁ ବରେଲିର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଫ୍ଲାଏଓଭରରୁ ଖସିପଡିଥିବା ବସ୍ ଖରାପ ହୋଇଯାଇଥିଲା ଏବଂ ଏଥିରେ କିଛି ଯାତ୍ରୀ ଫସି ରହିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲା।

Leave a Reply

Your email address will not be published. Required fields are marked *