Pratidin TV

Odisha's Digital News Platform

ବର୍ଷାଙ୍କୁ ଅସମ୍ମାନିତ କରିଛି କେନ୍ଦ୍ରାପଡାର ରିୟଲ୍ ହିରୋ: ଥାନାରେ ମାମଲା ପରେ ଫେସବୁକକୁ ପୋଲିସର ଚିଠି[VIDEO]

1 min read

ଭୁବନେଶ୍ୱର: ସାଇବର ଥାନାରେ ବର୍ଷା ଦେଇଥିବା ଏତଲାର ତଥ୍ୟ ମାଗିଛନ୍ତି ସାଇବର ଥାନା । ଫେସବୁକକୁ ଚିଠି ଲେଖି କଟକ ସାଇବର ଥାନା ପୋଲିସ୍ ଏତଲାର ତଥ୍ୟ ମାଗିଛନ୍ତି । ଫେସବୁକରେ ଥିବା ‘ଅନୁଭବ ମହାନ୍ତି ରିୟଲ ହିରୋ ଅଫ କେନ୍ଦ୍ରାପଡା’ ଆକାଉଣ୍ଟର ସବିଶେଷ ତଥ୍ୟ ଦେବାକୁ ସାଇବର ଥାନା ପୋଲିସ୍ ଫେସବୁକକୁ ଲେଖିଥିବା ଚିଠିରେ ରହିଛି । ଏହି ଆକାଉଣ୍ଟକୁ କିଏ କେଉଁଠାରୁ ପରିଚାଳନା କରୁଛନ୍ତି, ତାହା ଜଣାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ ବର୍ଷା ପୈତୃକ ଘର ଛାଡ଼ନ୍ତୁ ବୋଲି ଅନୁଭବ ଏସଡିଜେଏମ କୋର୍ଟରେ ପିଟିସନ କରିଥିଲେ । ଗତକାଲି କୋର୍ଟ ଏହି ପିଟିସନ ଗ୍ରହଣ କରି ରାୟ ଶୁଣାଇଥିଲେ । ପ୍ରତିମାସରେ ବର୍ଷାଙ୍କୁ ଅନୁଭବ ଘରଭଡ଼ା ବାବଦରେ ୩୦ ହଜାର ଟଙ୍କା ଦେବେ । ପ୍ରତି ମାସର ୧୦ ତାରିଖ କିମ୍ବା ତାହା ପୂର୍ବରୁ ୩୦ ହଜାର ଟଙ୍କା ଅନୁଭବ ଦେବେ । ଘରଭଡ଼ା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ବୋଲି କୋର୍ଟ କହିଛନ୍ତି ।

Advertisement

ପୂର୍ବରୁ ଅନୁଭବ ଏକ ଭିଡ଼ିଓ ମାଧ୍ୟମରେ ଘର ଛାଡ଼ିବାକୁ ବର୍ଷାଙ୍କୁ କହିଥିଲେ । ବର୍ଷା ଚାହିଁଲେ ସେ ତିନି ବିଏଚକେ ଘର ଦେବେ ବୋଲି କହିଥିଲେ । ନିଜ ଘର ଥାଇବି ସେ ପରିବାର ସହ ଭଡ଼ା ଘରେ ରହୁଛନ୍ତି ବୋଲି ଅନୁଭବ ଭିଡ଼ିଓରେ କହିଥିଲେ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଅନୁଭବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନୁଭବଙ୍କ ପୈତୃକ ଘର ଉପରେ ତାଙ୍କ ପରିବାର ସହ ବଡ଼ବାପାଙ୍କର ମଧ୍ୟ ହକ ରହିଛି । କିନ୍ତୁ ବର୍ଷା ସେହି ଘରେ ରହୁଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଛି ବୋଲି ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *