Pratidin TV

Odisha's Digital News Platform

ଆସୁନାହାଁନ୍ତି ବର୍ଷା ପ୍ରିୟଦର୍ଶନୀ: କଟକ କୋର୍ଟରେ ମିଡ଼ିଆରେ ଅନୁରୋଧ କଲେ ଅନୁଭବ …

ଅଭିଯୋଗ ନିଜେ କୋର୍ଟ କୁ ଆସୁନାହାଁନ୍ତି ବର୍ଷା ପ୍ରିୟଦର୍ଶନୀ । ବାରମ୍ବାର କୋର୍ଟରୁ ସମନ ଗଲା ପରେ ବି କୋର୍ଟରେ ଅନୁପସ୍ଥିତ ରହୁଛନ୍ତି ବର୍ଷା । ଯାହାକୁ ନେଇ ମିଡ଼ିଆ ଜରିଆରେ ଅନୁରୋଧ କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏବେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ମାମଲା । ଆଜି ସେହି ମାମଲାରେ ଜେଏମ୍‌ଏଫସି କୋର୍ଟରେ ହାଜର ହୋଇଥିଲେ ବର୍ଷାଙ୍କ ଭଉଣୀ।ହେଲେ ବର୍ଷା ପ୍ରିୟଦର୍ଶନୀ ଅନୁପସ୍ଥିତ ଥିଲେ । ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିବାରୁ ଆସନ୍ତା ୨୩ରେ ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାନୁଯାୟୀ ୨୦୨୦ ମସିହାରେ ଡିସେମ୍ବର ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ପୁରୀ ଘାଟ ଥାନାରେ ଏକ ଏତଲା ଦିଆଯାଇଥିଲା। ବର୍ଷା ଏତଲାରେ ଉଲ୍ଲେଖ କରିଥିଲେ ଯେ ଅନୁଭବ ଓ ତାଙ୍କ ଘରେ ରହୁଥିବା ୨ କର୍ମଚାରୀ ଖଗେନ୍ଦ୍ର ଓ ଅଜିତ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି।ବିନା ଅନୁମତିରେ ଦୁଇ କର୍ମଚାରୀ ତାଙ୍କ ରୁମ୍ ଭିତରକୁ ପଶି ଆସୁଛନ୍ତି। ରୁମ୍‌ରେ ପଶି ଭିଡିଓ କରୁଛନ୍ତି। ଅନୁଭବଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ କର୍ମଚାରୀ ଏପରି କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଏହି ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପକ୍ଷରୁ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଅନୁଭବଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ଲାଗିଥିଲା

Leave a Reply

Your email address will not be published. Required fields are marked *