Pratidin TV

Odisha's Digital News Platform

ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ଅନୁଭବ: ୨ ମାସ ମଧ୍ୟରେ ଘର ଛାଡିବେ ଅଭିନେତ୍ରୀ [Video]

1 min read

ଭୁବନେଶ୍ୱର: କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିଛନ୍ତି ସାଂସଦ ତଥା ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ୩୦ ହଜାର ଟଙ୍କାର ପ୍ରଦାନ କରିଛନ୍ତି ଅନୁଭବ । ଏହି ଟଙ୍କା ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ନିଜ ଓକିଲଙ୍କ ଉପସ୍ଥିତିରେ ଅନୁଭବ ଟଙ୍କା ପଠାଇଥିବା ବେଳେ ଆସନ୍ତା ୨ ମାସ ମଧ୍ୟରେ ବର୍ଷା ଘର ଛାଡିବା ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ପିତା ମାତାଙ୍କ ସ୍ୱାସ୍ଥ୍ୟାବସ୍ଥା କାରଣରୁ ବର୍ଷା ଘର ଛାଡନ୍ତୁ ବୋଲି ଅନୁଭବ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ଅନୁଭବଙ୍କ ପୈତୃକ ଘର ଖାଲି କରିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବର୍ଷାଙ୍କୁ ପ୍ରତି ମାସରେ ରହିବା ବାବଦକୁ ଖର୍ଚ୍ଚ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କାର ରହଣି ଖର୍ଚ୍ଚ ପ୍ରଦାନ କରିବେ ସାଂସଦ ଅନୁଭବ ମହାନ୍ତି ।

Advertisement

ବର୍ଷା ତାଙ୍କର ପୈତୃକ ଘର ଛାଡନ୍ତୁ ବୋଲି ଅନୁଭବ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ବିଚାର କରି କୋର୍ଟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଟଙ୍କା ମିଳିବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡିବେ ବୋଲି କୋର୍ଟ କହିଛନ୍ତି । ରହଣି ବ୍ୟବସ୍ଥା ବାବଦରେ ଅନୁଭବ ୩୦ ହଜାର ଟଙ୍କା ପ୍ରଦାନ କରିବେ ଏବଂ ବର୍ଷା ନିଜେ ରହିବାର ବ୍ୟବସ୍ଥା କରିବେ । ମାତା ପିତାଙ୍କ ଅସୁସ୍ଥତାର କାରଣ ଦର୍ଶାଇ ବର୍ଷା ଘର ଛାଡନ୍ତୁୁ ବୋଲି ଅନୁଭବ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *