Pratidin TV

Odisha's Digital News Platform

ସାହାର୍ଯ୍ୟର ହାତ ବଢାଇଲେ ବର୍ଷା , ମାଉସୀଙ୍କ ମୁହଁରେ ଫୁଟାଲେ ହସ…

1 min read

କଟକ : ନିଜ ସମାଜ ସେବାରେ ପୁଣି ହୃଦୟ ଜିତିଲେ ବର୍ଷା । ନିଜ ପେଟପୋଷିବା ପାଇଁ କଟକର ଏକ ରୋଡ୍ ସାଇଡ୍‌ରେ ଗୋଟେ ଚା ଦୋକାନ ଖୋଲି ଥିବା ମାଉଁସୀଙ୍କୁ ବଢାଇଲେ ସାହାର୍ଯ୍ୟର ହାତ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବର୍ଷାଙ୍କର ଏଭଳି ଚର୍ଚ୍ଚିତ କାର୍ଯ୍ୟ । ବାର୍ଧକ୍ୟ ବୟସରେ ଦିନକୁ ଦିମୁଠା ଖାଇ ବଞ୍ଚିବା ପାଇଁ ସଂଘର୍ଷ ଚଳେଇଥିଲେ ବୃଦ୍ଧା ମାଉସୀ । ଏକ ଚା ଦୋକାନରେ ଚା ସହ ଫୁଲ ବିସ୍କୁଟ ମଧ୍ୟ କିକ୍ରି କରୁଥିଲେ ମାଉସୀ ।

ତେବେ ଏହି ସମୟରେ ବର୍ଷା ସେଠାରେ ପହଞ୍ଚି ମାଉସୀଙ୍କୁ ଅଧିକ ସ୍ୱାବଲମ୍ବି କରାଇବାର ହାତ ବଢାଇଥିଲେ । ମାଉସୀଙ୍କ ଦୋକାନରେ ଅନେକ ପ୍ରକାରର ଜିନିଷ ଭରିଦେଇଥିଲେ ନିଜ ହାତରେ । ଆଉ ତାପରେ ମାଉସୀଙ୍କ ଓଠର ହସ ଦେଖି ନିଜେ ମଧ୍ୟ ଆନ୍ଧିତ ହୋଇଯାଇଥିଲେ । ସତରେ ସେହି ସମୟରେ ଯିଏ ବି ସେହି ମାଉସୀ ଜଣଙ୍କୁ ଦେଖିଥାନ୍ତା । ସିଏ ଖୁସିରେ କାନ୍ଧିପକାଇଥାନ୍ତି । ଯେପରି ଭଗବାନ ବର୍ଷାଙ୍କୁ ପଠାଇଥିଲେ ବୃଦ୍ଧା ମାଉସୀଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ।

Advertisement

Leave a Reply

Your email address will not be published. Required fields are marked *