Pratidin TV

Odisha's Digital News Platform

ମୁହଁ ଖୋଲି ସତ କହିଲେ ବର୍ଷା , ସେ କାହାକୁ ଫସାଇନାହନ୍ତି ବରଂ ନିଜେ ଫସିଛନ୍ତି !

1 min read

ଭୁବନେଶ୍ୱର ; ବର୍ଷା ସାହୁ ନୁହଁନ୍ତି ଅସଲି ଠକ । ତାଙ୍କ ନାଁରେ ଥିବା ଫେକ୍ ଆକାଉଣ୍ଟ ଓ ପୁରୁଣା ଭିଡିଓକୁ ଆଧାର କରି ଚାଲିଛି ଲୁଟ୍ । ବର୍ଷାଙ୍କ କହିବା ଅନୁଯାୟୀ ପିହୁ ରାଥୋର ନାମକ ଏକ ଆଇଡି ସହ ୬ ମାସ ପୂର୍ବରୁ ତାଙ୍କର କଥାବାର୍ତ୍ତା ହୋଇଥିଲା । ସେ ବର୍ଷାଙ୍କୁ ଏକ ସ୍ପନ୍ସର ଦେଇଥିଲା । ଏହା ସହ ଅନେକ ନାମିଦାମୀ କଳାକାରଙ୍କ ଡେମୋ ମଧ୍ୟ ପଠାଇଥିଲେ । ଏଥିପାଇଁ ବର୍ଷା ରାଜି ହୋଇଥିଲେ ପ୍ରମୋସନ କରାଇବା ପାଇଁ କିନ୍ତୁ ଲୋକମାନେ ଠକାମିରେ ପଡିବା ପରେ ସତ ସାମ୍ନାକୁ ଆସିଥିଲା ବର୍ଷା ମଧ୍ୟ ନିଜେ ଜାଲରେ ଫସିଯାଇଥିଲେ ବୋଲି ଗଣାମଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସେ । ପିହୁ ରାଥୋର ନାମକ ଏକ ଆଇଡି ବର୍ଷାଙ୍କ ୬ ମାସ ତଳର ଭିଡିଓକୁ ବର୍ତ୍ତମାନ ଇଷ୍ଟାରେ ପ୍ରମୋଟ୍ କରୁଛି । ଏଥିରେ ଆପଣମାନେ ବିଲକୁଲ ଇନ୍‌ଭେଷ୍ଟ କରନ୍ତୁ ନାହିଁ ବୋଲି ହାତଯୋଡି ନିବେଦନ କରିଛନ୍ତି ବର୍ଷା ।

Advertisement

Leave a Reply

Your email address will not be published. Required fields are marked *