Pratidin TV

Odisha's Digital News Platform

ବଳକା ରୁଟିକୁ ନ ଫୋପାଡି ଏଥିରେ ମୁହଁକୁ ସୁନ୍ଦର ଓ କୋମଳ ରଖନ୍ତୁ…

1 min read


ବଜାରରେ ଅନେକ ଜିନିଷ ମିଳୁଛି । ଯାହାକୁ ବ୍ୟବହାର କରି ଆମ ଚେହେରା କିଛି ସମୟ ପାଇଁ ସୁନ୍ଦର ଦେଖାଯାଏ । କିନ୍ତୁ କିଛି ସମୟ ପରେ ପୁଣି ଥରେ ଚେହେରା ଶୁଷ୍କ ଦେଖାଯାଇଥାଏ । ଆଜିର ଦିନରେ ପରିବେଶ ଅତ୍ୟଧିକ ପ୍ରଦୂଷଣ ବା ଅତ୍ୟଧିକ ଉତ୍ତାପ ହେତୁ ଚେହେରାର ତୋଫା ପଣ ନଷ୍ଟ ହେଉଛି । ଆଉ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଯାଉଛି । ସେଥିପାଇଁ ମହିଳା ହୁଅନ୍ତୁ ବା ପୁରୁଷ ଭୀନ୍ନ ଭୀନ୍ନ ଉପାୟରେ ନିଜ ଚେହେରାର ଯତ୍ନ ନିଅନ୍ତି । କିଏ ଘରୋଇ ଉପଚାର କରୁଥିବା ବେଳେ ଆଉ କିଛି ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ ଆଗ କାଳରେ ଝିଅ ମାନେ ଘରୋଇ ଉପଚାର ଦ୍ୱାରା ସେମାନଙ୍କ ଚେହେରା ଯତ୍ନ ନେଉଥିଲେ । ସେହିପରି ଆମ ନିଜ ଘରେ ନିତିଦିନ ବ୍ୟବାହର କରୁଥରବା କିଛି ଜିନିଷ ସାହାର୍ଯ୍ୟରେ ଚେହରୋର ଯତ୍ନ ନେଇପାରିବା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରୁଟି ଚେହେରାରେ ଚମକ ଆଣିବାରେ ସାହାର୍ଯ୍ୟ କରିବ । ହଁ ଆଜ୍ଞା ମୁଖର ଚର୍ମକୁ କୋମଳ ଏବଂ ସୁନ୍ଦର କରିବା ପାଇଁ ବାସୀ ରୁଟି ଅତ୍ୟନ୍ତ ଲାଭଦାୟକ । ଆପଣଙ୍କ ଘରେ ବଳି ଯାଇଥିବା ଅବଶିଷ୍ଟ ରୁଟି ସହିତ ଚର୍ମକୁ କିପରି ଉନ୍ନତ କରାଯାଇପାରିବ ଆସନ୍ତୁ ଜାଣିବା ।
ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଆବଶ୍ୟକ ପଡିବ । ଯେପରିକି ମହୁ, କଞ୍ଚାକ୍ଷୀର ଏବଂ ରୁଟି । ରାତିରେ ବଳିଥିବା ଅବଶିଷ୍ଟ ରୁଟି ସାହାଯ୍ୟରେ ଆପଣ ଚେହେରାରେ ଚମକ ଫେରାଇ ଆଣି ପାରିବେ । ବାସୀ ରୁଟି କୁ ତ୍ୱଚାରେ ଲଗାଇବା ଦ୍ୱାରା ମୁହଁର ଚମକତା ଆସିଥାଏ । ଏହା ସହିତ, ରୋଟି ମୁହଁକୁ ଭଲ ଭାବରେ ପରିଷ୍କାର କରେ । ଆପଣଙ୍କ ମୁହଁରେ ଥିବା ଡଷ୍ଟକୁ ସଫା କରି ତ୍ୱଚାରେ ସୁନ୍ଦରତା ଆଣିଥାଏ ।


କଞ୍ଚାକ୍ଷୀର
ଆପଣଙ୍କ ଚେହେରା ପାଇଁ କଞ୍ଚା କ୍ଷୀର ମଧ୍ୟ ଲାଭଦାୟକ ଅଟେ । କଞ୍ଚା କ୍ଷୀର ପ୍ରୟୋଗ କରିବା କେବଳ ଆମ ଚେହେରାକୁ ଆର୍ଦ୍ରତା ପ୍ରଦାନ କରେ ନାହିଁ ବରଂ ଏହା ଚର୍ମକୁ ଚମକାଇଥାଏ । କାରଣ କ୍ଷୀରରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆମ ଚର୍ମ ପାଇଁ ଲାଭଦାୟକ ଅଟେ । କଞ୍ଚା କ୍ଷୀର ନିୟମିତ ଭାବେ ବ୍ୟବହାର କରିବା ଦ୍ୱାରା ମୁଖ କୋମଳ ହୋଇଥାଏ ।
ମହୁ
ଯଦି ଆପଣ ଚେହେରାକୁ ପ୍ରାକୃତିକ ଭାବରେ ଉଜ୍ୱଳ ରଖିବାକୁ ଚାହୁଁଛନ୍ତି ତେବେ ମହୁ ଏଥିପାଇଁ ଅଧିକ ଲାଭଦାୟକ ବୋଲି ପ୍ରମାଣିତ କରେ । ମୁହଁକୁ ଗଭୀର ସଫା କରିବା ପାଇଁ ମହୁ ବ୍ୟବହୃତ ହୁଏ ।
ତେବେ ମହୁ କୁ ଆପଣ କିପରି ବ୍ୟବହାର କରିବେ ।
ସର୍ବପ୍ରଥମେ, ଅବଶିଷ୍ଟ ରୋଟିକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ । ଏହା ପରେ କ୍ଷୀର ଏବଂ ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାଇ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତ । ଏହାକୁ ଆପଣ ସପ୍ତାହରେ ୩ ଥର ପ୍ରୟୋଗ କରିପାରିବେ । ଆଉ କିଛି ଦିନପରେ ଆପଣ ନିଜେ ଏହାର ରେଜଲ୍ଟ ଦେଖିପାରିବେ ।

Advertisement

Leave a Reply

Your email address will not be published. Required fields are marked *