ଏ ଆର ରେହମାନଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ମୋହିନୀ ଦେ …
1 min readବିବାହର 29 ବର୍ଷ ପରେ ଏ ଆର୍ ରେହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୋ ନଭେମ୍ବର 19 ରେ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ସମାନ ଦିନରେ ରେହମାନଙ୍କ ସହ ବର୍ଷ ବର୍ଷ ଧରି କାମ କରୁଥିବା ରେହମାନ ଟିମର ଜଣେ ସଦସ୍ୟ ମୋହିନୀ ଦେ’ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ । ସାମନ ଦିନରେ ଉଭୟଙ୍କ ଛାଡପତ୍ର ଘୋଷଣା ଖବର ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ରେହମାନ ଏବଂ ମୋହିନିଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ଆଲୋଚନା କରିଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ମୋହିନୀ ଏହି ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି ।
ମୋହିନୀ ଦେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଲିଙ୍କଅପ୍ ଖବର ଉପରେ ଆଲୋଚନା କରିଛନ୍ତି ଏବଂ ଏହି ଖବରକୁ ଅସ୍ୱୀକାର କରିଛନ୍ତି । ମୋହିନୀ ଦେ ଲେଖିଛନ୍ତି, ‘ମୁଁ ସାକ୍ଷାତକାର ପାଇଁ ବହୁ ସଂଖ୍ୟକ ଅନୁରୋଧ ପାଇଛି । ଏହା କାହିଁକି ଘଟୁଛି ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି, କିନ୍ତୁ ମୁଁ ଏହି ନିର୍ବୋଧ ଖବର ପାଇଁ ଆଗ୍ରହୀ ନୁହେଁ । ମୁଁ ସମ୍ମାନର ସହ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି । ମୁଁ ଗୁଜବ ଉପରେ ମୋର ଶକ୍ତି ନଷ୍ଟ କରିବାକୁ ଚାହେଁ ନାହିଁ, ଦୟାକରି ମୋର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ।
୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ବିବାହ ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେହିପରି 29 ବର୍ଷୀୟ ମୋହିନୀ ଜଣେ କୋଲକାତା ବାସିନ୍ଦା । ସେ ରେହମାନଙ୍କ ଟିମ ସହ କାମ କରନ୍ତି । ସେ ରେହମାନଙ୍କ ସହ ସାରା ବିଶ୍ୱରେ 40 ରୁ ଅଧିକ ଶୋ’ରେ ପରଫର୍ମ କରିଛନ୍ତି।