ବାଟବଣା ବସୁଧା ଜଳଯୋଜନା ; ଦୂଷିତ ପାଣି ପିଇ ନଦୀବନ୍ଧ ଭାଙ୍ଗିଲେ ଗ୍ରାମବାସୀ
1 min readଢେଙ୍କାନାଳ : ଜଳ ହିଁ ଜୀବନ। ସୁସ୍ଥ ପାନୀୟଜଳ ଯୋଗାଇ ଦେବାପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା। ପ୍ରତ୍ୟକ ଗ୍ରାମରେ ବସୁଧା ଯୋଜନାରେ ଯୋଗାଉଛନ୍ତି ପାନୀୟଜଳ। ହେଲେ ପାଣି ଟୋପାଏ ପାଇଁ ଲୋକମାନେ ହେଉଛନ୍ତି ହନ୍ତସନ୍ତ। ନାଳର ଦୂଷିତ ପାଣି ପାନୀୟଜଳ ପାଇଁ ପାଲଟିଛି ସାହା ଭରଷା। ଏପରି ସମସ୍ୟା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ।
ଗ୍ରାମରେ ଜନବସତି ଦିନଠାରୁ ମହୁଲପାଳ ଗ୍ରାମବାସୀ ପାନୀୟଜଳ ଭାବେ ଗ୍ରାମ ପାର୍ଶ୍ବରେ ବୋହିଯାଇଥିବା ପାଣ୍ଡରା ନାଳ ଉପରେ ନିର୍ଭର କରି ଆସୁଥିଲେ। ହେଲେ ସୁସ୍ଥ ପାନୀୟଜଳ ଯୋଗାଇ ଦେବାପାଇଁ ସରକାର ବସୁଧା ଯୋଜନାରେ ନିର୍ମାଣ କଲେ ପାଣିଟାଙ୍କି। ପାଣିଟାଙ୍କିରୁ ପାଇପ ସହାୟତାରେ ଘରେଘରେ ପହଞ୍ଚିଲା ବିଶୁଦ୍ଧ ପାଣି। ଏହାକୁ ନେଇ ବେସ ଖୁସୀରେ ଥିଲେ ଗ୍ରାମବାସୀ। ହେଲେ ଏ ଖୁସୀ ବେସୀଦିନ ରହିଲାନାହିଁ। ପାଣିଟାଙ୍କିକୁ ପାଣି ଯୋଗାଉଥିବା ବୋରଓ୍ବେଲଟି ୩/୪ ବର୍ଷତଳୁ ପୋଡି ଯିବା ପରେ ପୂନର୍ବାର ନାଳ ପାଣି ଉପରେ ଭରଷା କଲେ ଗ୍ରାମବାସୀ। କିନ୍ତୁ ଦୁଇବର୍ଷ ତଳେ ଚାଷକାର୍ଯ୍ୟ ଆଦି ବିଭିର୍ଣ୍ଣ କାର୍ଯ୍ୟପାଇଁ ଜଳକୁ ସରଂକ୍ଷଣ ରଖିବା ପାଇଁ ହେଲା ସରକାରୀ ନିଷ୍ପତି। ପୂର୍ତ୍ତବିଭାଗ ପକ୍ଷରୁ ମହୁଲପାଳ ପୋଲ ତଳେ ନିର୍ମାଣ ହେଲା ବନ୍ଧ। ହେଲେ ବନ୍ଧ ନିର୍ମାଣ ପରେ ଉପର ମୂଣ୍ଡ ପାଣି ତଳେ ଗଛିତ ହୋଇ ଦୂଷିତ ହେବା ସହ ଗ୍ରାମବାସୀଙ୍କ ପାନୀୟଜଳରେ ଉପୁଜିଲା ସମସ୍ୟା। ରୋଷେଇ ପରେ ଭାତ ନାଲି ହୋଇଯିବା ସହ ଗାଧୋଇଲେ ଦେହଦାତ କୁଣ୍ଡାଇ ହେଉଛି।
ଏପଟେ ଗ୍ରାମରେ ଥିବା ନଳକୂପ ଅଚଳ ଅବସ୍ଥାରେ ଥିବାବେଳେ ସୋଲାର ଜଳପ୍ରକଳ୍ପଟି ମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି। ସେହିପରି ବସୁଧା ଯୋଜନାରେ ଥିବା ପାଣି ଟାଙ୍କି ଅଚଳ ଥିବାରୁ ପାଇପ ମାଧ୍ୟମରେ ଦୂଷିତ ନାଳପାଣି ଘରେଘରେ ପହଞ୍ଚୁଛି। ଫଳରେ ଲୋକମାନେ ପାଣି ବ୍ୟବହାର କରି ନାନା ପ୍ରକାରର ରୋଗରେ ପଡୁଛନ୍ତି। ଏନେଇ ଗତକାଲି ଗ୍ରାମବସୀ ଉକ୍ତ ନଦୀବନ୍ଧକୁ ଭାଙ୍ଗିବାକୁ ଉଦ୍ୟାମ କରିଥିଲେ ।