Pratidin TV

Odisha's Digital News Platform

ଆଖି ସାମ୍ନାରେ ଭାସିଗଲା ପ୍ରେମିକା ; ବଞ୍ଚାଇବା ପାଇଁ ପାଣିକୁ ଡେଇଁପଡିଲେ ପ୍ରେମିକ ହେଲେ ..

1 min read

ସମ୍ବଲପୁର : ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ପ୍ରେମ । ପରସ୍ପରକୁ ନଦେଖି କରିଥିଲେ ନିସ୍ୱାର୍ଥପର ପ୍ରେମ । ଦୁହେଁ ଦୁହିଁଙ୍କ ଠାରୁ ଦୂରରେ ରହୁଥିବାରୁ ପ୍ରଥମ ଥର ଦେଖା କରିବାକୁ କରିଥିଲେ ପ୍ଲାନିଂ । ହେଲେ କିଏ ଜାଣିଥିଲା ଦୁହିଁଙ୍କ ପ୍ରଥମ ଦେଖା ପାଲଟିଯିବ ଶେଷ ଦେଖାରେ । ପ୍ରେମିକକୁ ପ୍ରଥମ ଥର ପାଇଁ ଦେଖା କରି ବହୁତ ଖୁସି ମଧ୍ୟ ଥିଲା। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ଗୋଟିଏ ସେକେଣ୍ଡରେ ପାଣି ଫୋଟକା ପରି ମେଳାଇ ଯାଇଥିଲା।

ବୁର୍ଲା ସାଇଫୋନରେ ଭାସି ଯାଇ ସବୁଦିନ ପାଇଁ ନିଖୋଜ ହୋଇଗଲେ ଯୁବତୀ । ତେବେ ନିଖୋଜ ଯୁବତୀ ଜଣଙ୍କ ନିଶା ଝା ଏବଂ ତାଙ୍କ ଘର ଝାରସୁଗୁଡା ଜିଲ୍ଲାରେ ବୋଲି ଜଣାପଡିଛି । ସେ ରାଉଲକେଲାରେ ରହି ବିବିଏ ପଢୁଥିଲେ । ନିଜ ପ୍ରଥମ ପ୍ରେମକୁ ପ୍ରଥମଥର ପାଇଁ ଦେଖା କରିବାକୁ ବୁର୍ଲା ସାଇଫୋନକୁ ଆସିଥିଲେ । ଗତକାଲି ଦୁହିଁଙ୍କର ଦେଖା ମଧ୍ୟ ହେଲା ବୁର୍ଲା ପାୱାର ଚ୍ୟାନେଲରେ ସାଇଫନ ତଳେ ବସି ଉଭୟ କଥା ହେଉଥିଲା ହଠାତ ସାଇଫନରୁ ଉଚ୍ଚ ଚାପରେ ଜଳ ନିଷ୍କାସନ ହୋଇଥିଲା। ଫଳରେ ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ି ଭାସି ଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ପ୍ରେମିକ ମଧ୍ୟ ପାଣିକୁ ଡେଇଁ ପଡିଥିଲା । କିନ୍ତୁ ସେତେବେଳକୁ ଅଗାଢ ପାଣିରେ ପ୍ରେମିକା କୁଆଡେ ନିଖୋଜ୍ ହୋଇଯାଇଥିଲେ ।

Advertisement

ଖବର ପାଇ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀଙ୍କ କୌଣସି ପତ୍ତାମିଳିପାରି ନଥିଲା । ରାତ୍ରୀ ସମୟ ହୋଇଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେବାରୁ ଗତକାଲି ସର୍ଚ୍ଚ ଅପରେସନ ବନ୍ଦ କରାଯାଇଥିଲା । ଆଜି ସକାଳୁ ପୁଣି ସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *