Pratidin TV

Odisha's Digital News Platform

ଟି-୨୦ ବିଶ୍ୱକପ୍ ; BCCI ଘୋଷଣା କଲା ଭାରତୀୟ ଦଳ , ଜାଣନ୍ତୁ କିଏ କିଏ ରହିଲେ ଟିମ୍‌ରେ …

1 min read

ଆଜି ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଜୁନ୍ ୨ ହେବାକୁ ଥିବା ବିଶ୍ୱକପ୍ ମହାଲଢେଇ ପାଇଁ ଆଜି ଖେଳାଳିଙ୍କ ନାଁ ସାମ୍ନାକୁ ଆସିଛି । ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ , ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଏହାସହ ଶିଭମ ଦୁବେଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି ।

ସେହିପରି ବ୍ୟାଟିଂରେ ରୋହିତ ଶର୍ମାଙ୍କ ସହିତ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି । ସେହିପରି ବୋଲିଂରେ କୁଲଦୀପ ଯାଦବଙ୍କ ସହ ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ଖେଳିବେ ।

ଅନ୍ୟପଟେ ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଲିଷ୍ଟରେ ରଖାଯାଇଛି ।

ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଟି -20 ବିଶ୍ୱକପ୍ 2024 ଆୟୋଜିତ ହେବ | ଭାରତୀୟ ସମୟ ଅନୁଯାୟୀ ଏହି ଟୁର୍ନାମେଣ୍ଟ ଜୁନ୍ ୨ ତାରିଖରୁ ଆରମ୍ଭ ହେବ। ତେବେ ଏଥିରେ ଭାରତୀୟ ଦଳ ୨ ଜୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। 29 ଜୁନ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଆଇସିସି ଇଭେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ 9 ଜୁନ୍ ରେ ଅନୁଷ୍ଠିତ ହେବ | ଏଥର ପ୍ରଥମ ଥର ପାଇଁ 20 ଟି ଦଳ ଟି -20 ବିଶ୍ୱକପରେ ଭାଗ ନେଉଛନ୍ତି, ଯାହାକୁ 4 ଟି ଦଳରେ ବିଭକ୍ତ କରାଯାଇଛି | ଭାରତ ଏହି ଟୁର୍ନାମେଣ୍ଟର ଗ୍ରୁପ୍ ଏ ର ଏକ ଅଂଶ, ଯେଉଁଥିରେ ପାକିସ୍ତାନ, ଆୟର୍ଲାଣ୍ଡ, ଆମେରିକା ଏବଂ କାନାଡାର ଦଳ ମଧ୍ୟ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *