Pratidin TV

Odisha's Digital News Platform

ଅଲିମ୍ପିକ ଆସୋସିଏସନକୁ ୮.୫ କୋଟି ଟଙ୍କା ଦେବାକୁ ଘୋଷଣା କଲେ ବିସିସିଆଇ

1 min read

ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱର କ୍ରୀଡା ମହାକୁମ୍ଭ । ପ୍ୟାରିସରେ ଅଲିମ୍ପିକ୍ସର ବିଗୁଲ ବାଜିବା ମାତ୍ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ପଦକ ହାସଲ ପାଇଁ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ପକ୍ଷରୁ ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ | ଗତ ସଂସ୍କରଣରେ ଭାରତୀୟ ଆଥଲେଟ ଭଲ ପ୍ରଦର୍ଶନ କରି ୭ଟି ପଦକ ଜିତିଥିଲେ । ତଥାପି ଯାହା ଆଜି ପର୍ଯ୍ୟନ୍ତ ହୋଇପାରିନି, ଏଥର ସେଥିପାଇଁ ଇଣ୍ଡିଆ ପ୍ରତିଯୋଗୀମାନେ ନିଶ୍ଚିତ ଭାବେ ଉଦ୍ୟମ କରିବେ । ଏ ପର୍ଯ୍ୟନ୍ତ ଭାରତ ଗୋଟିଏ ଅଲିମ୍ପିକ୍ସରେ ୧ରୁ ଅଧିକ ସ୍ୱର୍ଣ୍ଣ ଜିତିପାରି ନାହିଁ ।

ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଭାରତରେ 100 ରୁ ଅଧିକ ଆଥଲେଟ୍ ଏହି ମହାକୁମ୍ଭ କ୍ରୀଡ଼ାରେ ଭାଗ ନେବାକୁ ଯାଇଛନ୍ତି | ଲୋକମାନେ ଦେଶର ଖେଳାଳି ଏବଂ ଆଥଲେଙ୍କାଳଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛନ୍ତି । ଏହି ସମୟରେ କ୍ରିକେଟ ବୋର୍ଟ ଅଫ୍ ଇଣ୍ଡିଆ ଅର୍ଥାତ୍ ବିସିସିଆଇ ଦ୍ବାରା ମଧ୍ୟ ଏକ ବଡ ଘୋଷଣା କରାଯାଇଛି। ଅଲିମ୍ପିକ୍ ଅଭିଯାନ ପାଇଁ ବିସିସିଆଇ 8.5 କୋଟି ଟଙ୍କା ଦେବାକୁ ଯାଉଛି। ବିସିସିଆଇ ଜୟ ଶାହା ଏହି ସୂଚନା ଦେଇଛନ୍ତି |

ବିସିସିଆଇ ଏହା ପୂର୍ବରୁ ମଧ୍ୟ ଦେଇଛି । 2020 ଅଲିମ୍ପିକ୍ ଗେମ୍ସ ପାଇଁ ବିସିସିଆଇ 10 କୋଟି କଙ୍କା ମଞ୍ଜୁର କରିଥିଲା । ଟୋକିଓ ଗେମ୍ସ ପାଇଁ ବିସିସିଆଇ 2.5 କୋଟି ଟଙ୍କା ଏବଂ ଏହି ଅଭିଯାନ ପାଇଁ 7.5 କୋଟି ଟଙ୍କା ଦେଇଥିଲା |

Leave a Reply

Your email address will not be published. Required fields are marked *