Pratidin TV

Odisha's Digital News Platform

(ଭିଡିଓ)ଇସ୍ତଫା ଦେଲେ BCCI ର ମୁଖ୍ୟ ଚୟନ କର୍ତ୍ତା ଚେତନ ଶର୍ମା ; ଭାରତୀୟ କ୍ରିକେଟର ମାନଙ୍କ ଖୁଲାସା କେତେ ସତ ? ..

1 min read

ନୂଆଦିଲ୍ଲୀ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ । ଯାହାକୁ ବିସିସିଆଇ ସମ୍ପାଦକ ଆଜି ଗ୍ରହଣ କରିଛନ୍ତି । ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା କରିଥିଲେ ଚେତନ ।
ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ମ୍ୟାନେଜମେଣ୍ଟ ଚାହୁଁଥିଲା ବୋଲି କହିଥିଲେ ଚେତନ । ସେହିଭଳି ରୋହିତଙ୍କୁ ଆଉ ଟି-୨୦ କ୍ରିକେଟରେ ସୁଯୋଗ ମିଳିବନି ଓ ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ ସବୁ କିଛି ଠିକ ୍ ଚାଲିନଥିବା କହିଥିଲେ ଚେତନ । ଆଉ ଏହାକୁ ନେଇ ବିସିସିଆଇ ଚେତନଙ୍କ ଉପରେ ଖପ୍ପା ହୋଇଥିଲା ।

ଏପରିକି ଅନେକ ଖେଳାଳୀ ଫିଟ୍ ରହିବାକୁ ଇଞ୍ଜେକସନ ନେଉଥିବା ଭଳି ବଡ ବୟାନ ରଖିଥିଲେ ଚେତନ । ସେହିଭଳି ବିରାଟ ଓ ରୋହିତଙ୍କୁ ନେଇ ମଧ୍ୟ ସେ ବଡ ବୟାନ ଦେଇଥିଲେ । ହେଲେ ବର୍ତ୍ତମାନ ଚେତନ ଏଭଳି ବଡ ପଦକ୍ଷେପ ଉଠାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ନିଜ ଇଛା ଅନୁଯାୟୀ ଇସ୍ତଫା ଦେଇଛନ୍ତି ନା ଏଥିପାଇଁ କିଏ ତାଙ୍କୁ ବାଧ୍ୟ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ଫଷ୍ଟ ଭାବେ ଜଣାପଡିନାହିଁ । କିନ୍ତୁ ଏକ ଘରୋଇ ଟିଭି ଚ୍ୟାବନେଲର ଷ୍ଟ୍ରିଙ୍ଗ୍ ଅପରେଶନ୍‌ରେ ଚେତନ କରିଥିବା ବଡ ବଡ ଖୁଲାସା ଏବେ ସତ ହୋଇଥିବା ନେଇ ଲୋକଲୋଚନରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *