Pratidin TV

Odisha's Digital News Platform

କୁବେର ବିଡିଓକୁ ଗିରଫ କଲା ଭିଜିଲାନ୍ସ

1 min read

ଭୁବନେଶ୍ୱର: ଗିରଫ ହେଲେ ଜଳେଶ୍ୱର ବିଡ଼ିଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ଝିଙ୍କିରିଆ ସ୍ଥିତ ପୌତୃକ ଘର, କଳାପଦା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଳେଶ୍ବର ବ୍ଲକ ଅଫିସ, ଜଳେଶ୍ବର ସରକାରୀ ବାସଭବନ, କଟକରେ ତାଙ୍କ ପତ୍ନୀ ରହୁଥିବା ଖପୁରିଆ ସ୍ଥିତ ବାସଭବନ, କଟକର ତିନୋଟି ସ୍ଥାନ ସମେତ କେନ୍ଦ୍ରାପଡା ସ୍ଥିତ ଭୂଇଁପୁର ଗ୍ରାମରେ ଚଢାଉ ଜାରି ରହିଛି ।

୫ଜଣିଆ ଟିମ ଭୋର ସମୟରେ ବିଡ଼ିଓଙ୍କ ସରକାରୀ ବାସ ଭବନରେ ରେଡ । ଅନୁଗୁଳ ଡ଼ିଏସପି ସୋମନାଥ ବାରିକ ନେତୃତ୍ୱରେ ୫ ଜଣ ଜଳେଶ୍ୱରରେ ଚଢ଼ାଉ କରି ଏକ କାଳୀନ ୫ଟି ଜାଗାରେ ଚଢ଼ାଉ କରି ବିପୁଳ ପରିମାଣର ସୁନା, ଦାମୀ ଗାଡି ପୁଳା ପୁଳା ଟଙ୍କା ଭିଜିଲାନ୍ସ ହାତରେ ଲାଗିଛି । ସେପୂର୍ବରୁ କେନ୍ଦ୍ରାପଡା ମହାକାଳ ପଡାରେ ବିଡ଼ିଓ ଥିଲେ । ଏକା ସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୁକ ଘର .କଟକ ଶଶୁର ଘର ସମେତ ଆଉ ଦୁଇଟି ଜାଗାରେ ଚଢ଼ାଉ କରି ବହୁତ କିଛି ଜବତ କରିଛି ଭିଜିଲାନ୍ସ ଟିମ । ଜଳେଶ୍ୱର ସରକାରୀ ବାସଭବନ ରେ ଯାଞ୍ଚ ବେଳେ ଗାଡି, ସୁନା ଗହଣା, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି ମିଳିଥିବାର ସୂଚନା ଦେଇଛନ୍ତି ଭିଜିଲାନ୍ସ ଟିମ ।

Advertisement

Leave a Reply

Your email address will not be published. Required fields are marked *