ବଜାରରୁ ନଡିଆ ତେଲ କିଣୁଥିଲେ ସାବଧାନ ! ସିଜ୍ ହେଲା ନକଲି ନଡିଆ ତେଲ ତିଆରି କରୁଥିବା କାରଖାନା …
1 min readଗଞ୍ଜାମ : ବ୍ରହ୍ମପୁର ସହରରେ ବିଗତ ଦିନରେ ନକଲି ଆଚାର, ଇଞ୍ଜିନ୍ ଅଏଲ୍ ପ୍ରସ୍ତୁତ କାରଖାନା ଉପରେ ପୁଲିସ ଚଢ଼ଉ କରିଥିବା ବେଳେ ଆଜି ସ୍ଥାନୀୟ ଶାସ୍ତ୍ରୀନଗର ଚତୁର୍ଥ ଲାଇନରେ ଚାଲିଥିବା ଏକ ନକଲି ନଡ଼ିଆ ଓ ରାଶି ତେଲ କାରଖାନା ଉପରେ ଚଢ଼ଉ କରିଛି।
ବିଭିନ୍ନ କମ୍ପାନୀ ନାମରେ ପ୍ରସ୍ତୁତ ହୋଇଥିବା ନକଲି ନଡ଼ିଆ ତେଲ ଓ ପାଉଚ୍କୁ ପୁଲିସ ଜବତ କରିଛିା ନକଲି ତେଲ ପ୍ରସ୍ତୁତ କରିବା ପାଇଁ ରଖାଯାଇଥିବା କଞ୍ଚାମାଲ ଓ ମେସିନ୍କୁ ଜବତ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ କାରଖାନାର ମାଲିକ ଏ. ରଞ୍ଜନ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ତଦନ୍ତ ବେଳେ ସେ ନିଜ ଘରେ ନକଲି ତେଲ ପ୍ରସ୍ତୁତ କରି ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବିକ୍ରି କରୁଥିବା ଜଣାପଡ଼ିଛି।
ଚଢ଼ଉ ବେଳେ ଦାମୀ କମ୍ପାନୀ ନାମରେ ନକଲି ନଡ଼ିଆ ଓ ରାଶି ତେଲ ବୋତଲ ସହ ଅଧକେଜି ଓଜନର ପାଉଚ୍, ଶହ ଶହ କାର୍ଟୁନ, ବସ୍ତାରେ ରଖାଯାଇଥିବା ହଜାରହଜାର ଖାଲି ବୋତଲ, ଠିପି ସମେତ ଏକାଧିକ ମେସିନ୍ ଜବତ କରାଯାଇଛି। ତରଳ ପାରାଫିନ୍ ଓ ଅନ୍ୟାନ୍ୟ ପୋଡ଼ା ତେଲ ଓ ସୁଗନ୍ଧ ମିଶାଇ ଏହି ନକଲି ନଡ଼ିଆ ତେଲ ଓ ରାଶି ତେଲ ପ୍ରସ୍ତୁତ କରାଯାଉଥିଲା ।