ସାବଧାନ ବ୍ୟାପୁଛି ଝାଡାବାନ୍ତି , ଝାଙ୍କରପଡାରେ ନେଲାଣି ଜୀବନ
1 min readବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗ୍ରାମର ଝାଙ୍କରପଡା ରେ ଝାଡାବାନ୍ତି ଆକ୍ରାନ୍ତ ଦେଖାଦେଇଛି । ଝାଙ୍କରପଡାର ପ୍ରଫୁଲ୍ଲ ସାହୁ ୬୫ ବର୍ଷ ଗତ ରାତିରେ ଝାଡାବାନ୍ତି ହେବାରୁ ଆଜି ସକାଳୁ ମେଡିକାଲରେ ଭର୍ତ୍ତି ହୋଇଥଲେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସୂଚନା ଯେ ପଡାର ପ୍ରାୟ ସମସ୍ତଙ୍କୁ ଝାଡା ହୋଉଥିବାରୁ ଆଜି ଘସିଏନ ମୋବାଇଲ ୟୁନିଟ ଡାକ୍ତର ଅଶୋକ ମହାକୁଡଙ୍କ ନେତୃତ୍ୱରେ ଏକ ଟିମ ବାଲିପଟାରେ ପହଂଚି ପ୍ରତ୍ୟେକ ଘର କୁ ଘର ବୁଲି ସାସ୍ଥ୍ୟ ପଚାରିବୁଝିବା ସହ ଔଷଧ ବଣ୍ଟନ କରିଥିବା ବେଳେ ସମସ୍ତଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟପଟେ RWSS ଟିମ୍ ସହ ପଡା ରେ ଥିବା ପ୍ରତ୍ୟେକ ନଳକୂପ କୁ ବ୍ଲିଚିଙ୍ଗ ପାଉଡର ଦେବା ସହ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇ ପଠାଇଛନ୍ତି , ବର୍ତମାନ ସୁଦ୍ଧା ଝାବାବାନ୍ତି ନିୟନ୍ତ୍ରଣ ଥିବା ଡାକ୍ତର ମହାକୁଡ କହିଛନ୍ତି ଓ ସଚେତନ ହେବା ପାଇ ପରାମର୍ଶ ଦେଇଛନ୍ତି ।