Pratidin TV

Odisha's Digital News Platform

ଗୀଷ୍ମୠତୁ ସରିବା ପରେ ବି ଛାଡି ଯାଇନି ତାତି; ଆଉ ଏଥିପାଇଁ ଶୁଖି ଯାଉଛି ତଣ୍ଟି,ବର୍ତ୍ତିବା ପାଇଁ ପିଉଛନ୍ତି କି ଫ୍ରିଜର ପାଣି ,ହୋଇଯାଆନ୍ତୁ ସାବଧାନ!

1 min read

ଶୀତ ଋତୁ ଆସିବାକୁ ବସିଲାଣି କିନ୍ତୁ ଏବେ ବି ରାଜ୍ୟରେ ଜାରି ରହିଛି ଉତ୍ତାପ । ଆଉ ଖରା ଗରମ ହେଲେ ଏହି ତାତିରୁ ଶାନ୍ତି ପାଇବା ପାଇଁ ଥଣ୍ଡା ପାଣି ଟିକେ ମିଳିଗଲେ ଲୋକଙ୍କୁ ଅମୃତ ମିଳିଲା ପରି ଲାଗି ଥାଏ । ତେବେ ଖରା ଗରମରେ ବୁଲି ଆସିବା ପରେ ଫ୍ରିଜ ରଖା ହୋଇଥିବା ଥଣ୍ଡା ପାଇଁ ପିଇବା ସମସ୍ତଙ୍କ ର ପସନ୍ଦ ହୋଇଥାଏ । ହେଲେ ଏହି ପାଣି ପିଇବା ପୂର୍ବରୁ ଲୋକ ମାନେ ଏହା ଜାଣନ୍ତି ନାହିଁ ଯେ ଏହା ଦେହ ପାଇଁ ଉପଯୋଗୀ କି ନୁହେଁ । କାରଣ ଏହି ଥଣ୍ଡା ପାଣି ଅଭ୍ୟାସରେ ପରିଣତ ହୋଇଗଲେ ଲୋକଙ୍କ ଶରୀର ପାଇଁ ଖୁବ କ୍ଷତିକାରକ ହୋଇ ଥାଏ । ତେବେ ଆପଣ ଜାଣି ନଥିବେ ଥଣ୍ଡା ପାଇଁ ପିଇଲେ ଆପଣଙ୍‌କର କଣ କ୍ଷତି ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କ ଏନେଇ ସତର୍କ କରାଇବୁ ।
ଆପଣମାନେ ଜାଣିଥିବେ ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରହିଥାଏ । ତେଣୁ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍ସିୟସ ରହିବା ଆବଶ୍ୟକ ବୋଲି କୁହାଯାଏ । ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦେଇଥାଏ । କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ମଣିଷ ଶରୀରର ପାଚନ କ୍ରିୟା ଉପରେ ପକାଇଥାଏ । ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ । କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାର ତଳକୁ ଖସିଥାଏ ।

ଏହାଦ୍ୱାରା ଗଳାରେ ଟନ୍ସିଲ ଜନିତ ସମସ୍ୟା ଦେଖା ଦେଇଥାଏ । ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କାଶ କଫ ଜନିତ ସମସ୍ୟା ଦେଖାଯାଏ । ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ହାର୍ଟ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଥାଏ । ଏଥିପାଇଁ ଥଣ୍ଡାରେ ନର୍ମାଲ ପାଣି ମିଶାଇ ପିଇବାକୁ ଉପଦେଶ ଦିଆଯାଏ ।

Advertisement

Leave a Reply

Your email address will not be published. Required fields are marked *