ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଥିଲେ ସାବଧାନ ! ଏଣିକି ଗଣିବେ ମୋଟା ଅଙ୍କର ଫାଇନ୍ ….
1 min readରାଜଧାନୀରେ ଜୋରଦାର ଆରମ୍ଭ ହେଇଛି ଚେକିଂ । କମିଶନରେଟ ଓ ଟ୍ରାଫିକ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି। ଭାରି ଯାନ , ବାଇକରେ ବିକଟାଳ ହର୍ଣ୍ଣ ଓ ସାଇଲେନ୍ସର ଲଗାଇଥିବା ଗାଡ଼ି ଚାଳକଙ୍କୁ ତାଗିଦ କରାଯାଇଛି । ବାଇକରୁ ସାଇଲେନ୍ସର କାଟିବା ସହ ବସ ଟ୍ରକ୍ ଭଳି ଭାରି ଯାନରୁ ଖୋଲା ଯାଉଛି ହର୍ଣ୍ଣ ।
ସଭେ ସିଟି ଡ୍ରାଇଭରେ ରାଜଧାନୀ ରାସ୍ତାରେ ଜୋର ସେ ବିକଟାଳ ଶବ୍ଦ କରି ଯାଉଥିବା ଗାଡ଼ିକୁ ଚାଲାଣ କରାଯାଇଛି । ସହରକୁ ଅଧିକ ନିରାପଦ ତଥା ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପ୍ରୟାସରେ ଭୁବନେଶ୍ୱର-କଟକ କମିଶନର୍ ପୋଲିସ୍ ର।ଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀ କୁ ଆସୁଥିବା ବସ ଏବଂ ବାଇକ ର “ମଲ୍ଟି ହର୍ନ୍” ଏବଂ “ପରିବର୍ତ୍ତନ କରିଥିବା ସାଇଲେନ୍ସର” ବ୍ୟବହାର ଉପରେ କଡା କଟକଣା ଜାରି କରାଯାଇଛି।
ଅମାନିଆଙ୍କୁ ଫାଇନ କରିଛି ଟ୍ରାଫିକ ପୋଲିସ। ବେପରୁଆ ଗାଡ଼ି ଚାଳକଙ୍କ ପାଇଁ “ଜିରୋ ଟଲରେନ୍ସ” ନୀତି ଆପଣେଇଛି ପୋଲିସ । ପୋଲିସ୍ ଯାନବାହନ ଜବତ କରିବା ସହ ଜରିମାନା ଆଦାୟ କରିଛି।