Pratidin TV

Odisha's Digital News Platform

ସାବଧାନ୍‌, ଅଶାନ୍ତ ହେଲାଣି ସମୁଦ୍ର ଦାନା ବାନ୍ଧୁଛି ଲଘୁଚାପ, ମାଡି ଆସିବ ପାଣି ବୁଡିଯିବ ଗାଁଗଣ୍ଡା ! 

ଅଶାନ୍ତ ହେଲାଣି ସମୁଦ୍ର ମାଡି ଆସୁଛି ବଡ଼ ଝଡ଼ | ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ବଡ ଲଘୁଚାପ କ୍ଷେତ୍ର | ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଦକ୍ଷିଣରୁ ଉପକୂଳ ଓଡିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି |

ଅନ୍ୟପଟେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ବିଜୁଳି ଘଡଘଡି ସହ ଝଡା ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାରର୍ଣ୍ଣିଂ ଜାରି କରାଯାଇଛି | ତବେ ସବୁଠୁ ବଡ ଖବର ହେଉଛି ଗଣେଶ ପୂଜାରେ ଏଥର ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ | ଆସନ୍ତା ୭ରୁ ୯ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସଂଭାନ ରହିଛି | ଏହି ଲଘୁଚାପ ଜନିତ ବର୍ଷା ୭ ରୁ ୮ ତାରିଖ ଯାଏଁ ଲାଗି ରହିବ |

Leave a Reply

Your email address will not be published. Required fields are marked *