Pratidin TV

Odisha's Digital News Platform

ସାବଧାନ ରୁହ ଗାଡି ମାଲିକ,ଆରମ୍ଭ ହେଲା ଚେକିଂ,ନିୟମ ନ ମାନିଲେ ମିଳିବ କଡାଦଣ୍ଡ

1 min read

ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଆରମ୍ଭ ହେଲା ଗାଡି ଚେକିଂ ଜୋରଦାର । ନୂଆବର୍ଷ ପାଇଁ ପିକନିକ ଯିବାକୁ ବାହାରି ଯାଉଛନ୍ତି ଲୋକ। ଯାହାଫଳରେ ମାତ୍ରାଧିକ ଦୁର୍ଘଟଣା ଘଟୁଛି ଯାହାକୁ ନେଇ ଚିନ୍ତା ବଢିଛି । ଆଉ ଏହି ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି କରି ସାରିଛି । ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ । ପିକନିକ୍ ପାଇଁ ଯାଉଥିବା ଗାଡ଼ିର ଫିଟନେସ୍ ସହ RTOରୁ ସ୍ବତନ୍ତ୍ର ଅନୁମତି ଆଣିବାକୁ ପଡ଼ିବ ।ସେହିପରି ପିକନିକ୍ ସ୍ପଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ । ପିକନିକ୍ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ଆଦି ନେଇ ହେବ ନାହିଁ । ପିକନିକ୍ ଗାଡ଼ିରେ ଓଭରଲୋଡିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

ଯଦି ଓଭରଲୋଡିଂ ଥାଏ ଉଭୟ RTO ଓ ପୋଲିସ୍ ମିଶି ଚେକ୍ କରିବେ । ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ । ଏହି ସ୍ଥିତିରେ ମଧ୍ୟ ଗାଡ଼ି ମାଲିକଙ୍କୁ ଅନ୍ୟ ଡ୍ରାଇଭର ପଠାଇ ଦାୟିତ୍ବ ତୁଲାଇବାକୁ ପଡ଼ିବ । ତେବେ ପିକନିକ ପାଇଁ ପରିବହନ ବିଭାଗର ଏସଓପି ଜାରି ହେବାର ୨୪ ଘଣ୍ଟା ନପୁରୁନୁ ଢେଙ୍କାନାଳରେ ପ୍ରଥମେ ଚେକିଂ ଆରମ୍ଭ ହୋଇଯାଇଛି । ଦୁର୍ଘଟଣା କମ କରିବାକୁ ରହିଛି ଏହାର ମିଶନ।

Advertisement

ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କୁ ସାବାଡ କରିବା ଯୋଜନା ରଖିଛି ବିଭାଗ। ଢେଙ୍କାନାଳରେ ପ୍ରଥମ ପର୍ଯ୍ୟାୟରେ ସପ୍ତଶଯ୍ୟାକୁ ଆସୁଥିବା ଗାଡ଼ି ଗୁଡ଼ିକ ଯାଞ୍ଚ କରୁଛି ପରିବହନ ବିଭାଗର ଟିମ୍। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡ଼ିକର ଲାଇସେନ୍ସ, ଇନ୍ସୁରାନ୍ସ ଆଦିକୁ ଟିକିନିଖି ଭାବେ ଯାଞ୍ଚ ହେଉଛି । ସେହିପରି ମଦ୍ୟପ ଗାଡ଼ି ଚାଲକଙ୍କୁ ଧରିବା ପାଇଁ ମେସିନ ଦ୍ଵାରା ଚେକିଂ କରାଯାଉଛି।

Leave a Reply

Your email address will not be published. Required fields are marked *