Pratidin TV

Odisha's Digital News Platform

ସେଲୁନ୍ ବା ବିୟୁଟିପାର୍ଲର ଯାଉଥିଲେ ସାବଧାନ ! ଏହି କାରଣରୁ ହୋଇପାରେ ବ୍ରେନଷ୍ଟ୍ରୋକ୍ (ଭିଡିଓ)

1 min read

ଭୁବନେଶ୍ୱର : କଣ ଆପଣମାନେ ପ୍ରତି ମାସକୁ ବା ୧୫ ଦିନକୁ ବିୟୁଟିପାର୍ଲର ଯାଉଛନ୍ତି କି ! ସେଠାରେ ହେୟା ଟ୍ରିଟମେଣ୍ଟ କରାଉଛନ୍ତି କି ! କିମ୍ବା ମୁଣ୍ଡ ଧଉଛନ୍ତି କି ! ଏହା ଛଡା ମସାଜ୍ ନେଉଛନ୍ତି କି ? ଯଦି ହଁ ତେବେ ହୋଇଯାଉନ୍ତୁ ସାବଧାନ । ଆପଣଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି । କାରଣ ନିକଟରେ ଏକ ଏଭଳି ଘଟଣା ଘଟିଯାଇଛି । ଯାହ ପରେ ଏହି ଆଶଙ୍କାଟି ସଠିକ୍ ପ୍ରମାଣିତ ହୋଇଛି ।

ସୂଚନା ଅନୁଯାୟୀ ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ବ୍ୟୁଟି ପାର୍ଲରରେ କେଶ ଧୋଇଲା ବେଳେ ଷ୍ଟ୍ରୋକର ଶିକାର ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ ସେ ହସ୍ପିଟାଲରେ ରହିଛି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହାକୁ ଡାକ୍ତରୀ ଭାଷାରେ ବ୍ୟୁଟିପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ କୁହାଯାଏ ।

Advertisement

ଡାକ୍ତରଙ୍କ କହିବା ଅନୁଯାୟୀ ଏପରି ହେବାର କାରଣ – ପାର୍ଲରରେ ଆପଣଙ୍କ ବେକ ଅଧିକ ପଛକୁ ଢଳିଗଲେ ବିପଦ ରହିଛି । ଏପରି କି ସେଲୁନ ଭିତରେ ଆପଣ ମସ୍ତିସ୍କ ଆଘାତର ଶିକାର ହୋଇପାରନ୍ତି । ବିଶେଷ କରି କେଶ ସଫା କଲା ବେଳେ, ଭ୍ରୁଲତା ସଜାଡିଲା ବେଳେ ବେକକୁ ପଛକୁ ଢଳାଇ ନିଅନ୍ତି ସେଲୁନ କର୍ମଚାରୀ । ତେଣୁ ସେ ସମୟରେ ଧ୍ୟାନ ଦିଅନ୍ତୁ, ଯେପରି ବେକ ୨୦ ଡିଗ୍ରୀରୁ ଅଧିକ ପଛକୁ ନ ଢଳେ । ସେହିପରି ମାଲିସ ନେଲା ବେଳେ ବେକ, ମୁଣ୍ଡକୁ ଜୋରରେ ଦାବି ଦିଅନ୍ତି ମାଲିସ କରୁଥିବା ବ୍ୟକ୍ତି, ସେହି ସମୟରେ ଏଭଳି ଷ୍ଟ୍ରୋକର ଆଶଙ୍କା ରହିଥାଏ ।

Leave a Reply

Your email address will not be published. Required fields are marked *