Pratidin TV

Odisha's Digital News Platform

ହସ୍ପିଟାଲରେ ମହୁମାଛି ଆତଙ୍କ , ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ

ସୁବର୍ଣ୍ଣପୁର : ହସ୍ପିଟାଲରେ ମହୁମାଛି ଆତଙ୍କ , ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ଶିଶୁ ଓ ମାତୃ ଚିକିତ୍ସାଳୟରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ମହାନଦୀ କୂଳରେ ଥିବା ଶିଶୁ ଓ ମାତୃ ସ୍ୱସ୍ଥ୍ୟକେନ୍ଦ୍ରରେ ଅନେକ ମହୁମାଛି ବସାବାନ୍ଧି ରହିଥିବାବେଳେ ଗତକାଲି ସନ୍ଧ୍ୟାରେ କେହି ଦୁର୍ବୁତ ହସ୍ପିଟାଲରେ ହସ୍ତାକ୍ଷର ଅନୁମତି କ୍ରମେ ମହୁମାଛି ବସାକୁ ଭାଙ୍ଗି ଦେଇଥିଲେ ।

ଫଳରେ ମହୁମାଛି ମାନେ ଏବେ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ମହୁମାଛି ଭୟରେ ସ୍ୱସ୍ଥ୍ୟକେନ୍ଦ୍ରର ଉପର ମହଲାର ସମସ୍ତ କୋଠରୀ କବାଟ ଓ ଝରକାକୁ ଗତ ରାତି ୩ଟାରୁ ବନ୍ଦ କରି ରଖାଯାଇଥିବାରୁ ସେଇ ଭିତରେ ଥିବା ରୋଗୀ ଓ ସମ୍ପର୍କୀୟ ଗରମରେ ଭାଜି ହୋଇଗଲେଣି ।

ସେପଟେ ଗତ ରାତିରୁ ଜଳଯୋଗାଣ ମଧ୍ୟ ବନ୍ଦ ରହିଥିବାରୁ ହସପିଟାଲରେ ଥିବା ରୋଗୀ ଓ ସମ୍ପର୍କୀୟ ମଧ୍ୟ ନାହଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ନା ଝାଡା ଯାଇପାରୁଛନ୍ତି ନା ଏତେ ବଡ ପ୍ରଚଣ୍ଡ ଖରାରେ ପିଇବା ପାଣି ମୁନ୍ଦାଏ ପାଉଛନ୍ତି । ଏଣୁ ଏନେଇ ତୁରନ୍ତ ହସପିଟାଲ କତୃପକ୍ଷ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ସାଧାରଣ ଜନତା ଏଠାରେ ପ୍ରଶ୍ନ କରିଛନ୍ତି ଯେ ଯଦି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଡାକ୍ତରଖାନାର ଅବସ୍ଥା ଏଭଳି ଶୋଚନୀୟ । ତେବେ ଉପାନ୍ତ ଅଞ୍ଚଳଗୁଡିକରେ ଅବସ୍ଥା କଣ ଥିବ ।

Leave a Reply

Your email address will not be published. Required fields are marked *