Pratidin TV

Odisha's Digital News Platform

ବର୍ଷ ଶେଷରେ ଜାରୀ ରହିଛି ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ…

1 min read

ଦିନକୁ ଦିନ ମଦ ସାମ୍ରାଜ୍ୟ ଉପରେ ବଢି ଚାଲିଛି ଆୟକର ବିଭାଗର ଚଢାଉ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନୃସିଂହପୁର ପଞ୍ଚାୟତ ଅନ୍ତର୍ଗତ ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀରେ ଚଢାଉ କରିଛି ଆୟକର ବିଭାଗ । ଆଇଟି ଡିପାର୍ଟମେଣ୍ଟର ଦୁଇଟି ଟିମ ଏହି ରେଡ଼ରେ ସାମିଲ ରହିଛନ୍ତି । ସୂଚନା ଅନୁସାରେ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛନ୍ତି । କମ୍ପାନୀ ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ପାଇଁ ଅନୁମତି ପାଇଛି । ବ୍ଲିଣ୍ଡିଙ୍ଗ ,ବଟଲିଙ୍ଗ ,ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଙ୍ଗ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ରହିଥିବା ବେଳେ ଏ ନେଇ ଆଜି ଆୟକର ବିଭାଗ ପକ୍ଷରୁ ରେଡ଼ ହୋଇଛି । ସମ୍ପୃକ୍ତ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀର ଖୋଳତାଡ଼ କରୁଛି ଆଇଟି । ରେଡ଼ ପରେ ଖୁବଶୀଘ୍ର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *