ଜେଲ ଯିବା ପୂର୍ବରୁ କେଜ୍ରିୱାଲ କହିଲେ, ‘ମୋଦି ଯାହାକୁ ଚାହିଁବେ ତାକୁ ଜେଲ ପଠାଇପାରିବେ’
1 min readଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏକ ସାକ୍ଷାତକାରରେ କହିଥିଲେ ମୋର ବିଶ୍ୱାସ ଯେ କେଜ୍ରିୱାଲଙ୍କ ବିରୋଧରେ କୌଣସି ପ୍ରମାଣ କିମ୍ବା ଟଙ୍କା ମିଳିବନି, କାହିଁକି ନା ସେ ଜଣେ ଅଭିଜ୍ଞ ଚୋର। ଯଦି ମୁଁ ଜଣେ ଅଭିଜ୍ଞ ଚୋର, ଆଉ ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ ତେବେ କେଉଁ ଆଧାରରେ ମୋତେ ଜେଲରେ ରଖିଲ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ।
କେଜ୍ରିୱାଲ ଆହୁରି କହିଛନ୍ତି, ଏହା ହେଉଛି ଏକଛତ୍ରବାଦୀ ଶାସନ | ମୋଦି ଯାହାକୁ ଚାହିଁବେ ତାକୁ ଜେଲ ପଠାଇପାରିବେ | ଏମିତି କହି ପୁରା ଦେଶକୁ ଦେଇଥିଲେ ମେସେଜ, ଯଦି ମୁଁ କେଜ୍ରିୱାଲଙ୍କୁ ଜାଲିଆତି ଭାବରେ ଜେଲ ପଠାଇପାରିବି ତେବେ ତୁମମାନଙ୍କର କ୍ଷମତା କ’ଣ ? ଏହାପରେ କେଜ୍ରିୱାଲ କହିଥିଲେ ଏହି ଏକଛତ୍ରବାଦୀ ଶାସନ ପାଇଁ ମୁଁ ଲଢ଼ୁଛି |
କେଜ୍ରିୱାଲ ଆହୁରି କହିଥିଲେ, ଭଗତ ସିଂ କହିଥିଲେ ଯେତେବେଳେ ଏକଛତ୍ରବାଦୀ ଶାସନ ଶକ୍ତିଶାଳୀ ହୋଇଯାଏ ସେବେ ଜେଲ ଯିବା ଦାୟିତ୍ୱ ହୋଇଯାଏ | ସେ କହିଥିଲେ ଭଗତ ସିଂଙ୍କ ଶିଷ୍ୟ ମୁଁ | ଭଗତ ସିଂ ଦେଶକୁ ଆଜାଦ କରିବା ପାଇଁ ଜେଲ ଯାଇଥିଲେଏବଂ ଫାଶୀରେ ଚଢିଥିଲେ | ଆମେ ଦେଶକୁ ରକ୍ଷା କରିବା ପାଇଁ ଜେଲ ଯିବୁ | ଯଦି ଭଗତ ସିଂ ଦେଶ ପାଇଁ ଫାଶୀରେ ଚଢିପାରିଥିଲେ ମୁଁ ମଧ୍ୟ ଫାସୀରେ ଚଢିପାରିବି |