Pratidin TV

Odisha's Digital News Platform

କ୍ୟାବିନେଟ ମିଟିଂ ପୂର୍ବରୁ ଶାହଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ

1 min read

ଆରମ୍ଭ ହୋଇଯାଇଛି ମୋଦିଙ୍କ ୩.୦ ସରକାର। ଆଜି ନୂଆ ମନ୍ତ୍ରୀଙ୍କୁ ନେଇ କ୍ୟାବିନେଟ୍‌ ବୈଠକ ବସିବ। ତେବେ ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଛନ୍ତି । ନିର୍ବାଚନ ଫଳାଫଳ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହା ପ୍ରଥମ ସାକ୍ଷାତ। ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଥିବାରୁ ଅମିତ ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦିଲ୍ଲୀ ଯାଇ ଯୋଗୀ ଆଦିତ୍ୟ ନାଥ ଅମିତ ଶାହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍‌ ଧରି ଆଲୋଚନା ହୋଇଛି। ଉତ୍ତରପ୍ରଦେଶର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ଅମିତ ଶହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ ମଧ୍ୟ କଥାବାର୍ତ୍ତା ହୋଇଥିବା କୁହାଯାଉଛି।

ଅମିତ ଶାହାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂ ଏବଂ ନିତିନ ଗଡକରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନୀତିନ ଗଡକରୀ ଏବଂ ରାଜନାଥ ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିଥିବାରୁ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି।

ଲୋକସଭା ନିର୍ବାଚନରେ ​​ୟୁପିରେ ବିଜେପିର ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ମନ୍ତ୍ରୀମାନଙ୍କୁ ଭିଆଇପି ସଂସ୍କୃତିଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ମନ୍ତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଲୋକମାନଙ୍କ ପାଖକୁ ଯାଇ ଜନସାଧାରଣଙ୍କ ସମସ୍ୟା ବୁଝିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *