ରିଲିଜ୍ ପୂର୍ବରୁ ୨୩ଟି ୱେବସାଇଟ୍କୁ ବ୍ୟାନ୍ କଲା ‘ରାମସେତୁ’
1 min readନୂଆଦିଲ୍ଲୀ :ଆକ୍ସନ ଆଡ୍ଭେନ୍ଞ୍ର ଭରା ଫିଲ୍ମ ରାମ,ସେତୁ । ରିଲିଜ୍ ପୂର୍ବରୁ ହିଁ ନିଜର ଆକ୍ସନ ଦେଖାଇଛି ଅକ୍ଷୟଙ୍କ ଫିଲ୍ମ ‘ରାମ ସେତୁ’ । ତେବେ ରିଲିଜ୍ ପୂର୍ବରୁ ୨୩ଟି ୱେବସାଇଟ୍କୁ ବ୍ୟାନ କଲା କୋର୍ଟ । ପାଇରେସି ରୋକିବା ପାଇଁ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ।ସୂଚନାଅମୁଯାୟୀ କୋର୍ଟ ୨୩ଟି ୱେବସାଇଟ୍ ଉପରେ ରାମ ସେତୁର ଡିଷ୍ଟ୍ରିବୁସେନ୍, ଷ୍ଟ୍ରିମିଂ, ଡାଉନଲୋଡିଂ ଓ ହୋଷ୍ଟିଂ ଉପରେ ରୋକ ଲଗାଇ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ୨୩ଟି ୱେବସାଇଟ୍ ର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ୱେବସାଇଟରୁ ରାମ ସେତୁ ଡାଉନଲୋଡ୍ ହୋଇପାରିବ ନାହିଁ । ବିନା ଅନୁମତିରେ ଫିଲ୍ମକୁ ପହଁଚାଇବା କପିରାଇଟ୍ ନିୟମର ଉଲ୍ଲଂଘନ ହେବ।
ହାଇକୋର୍ଟର କହିବା ଅନୁଯାୟୀ , ଗୋଟିଏ ଫିଲ୍ମ ତିଆରି କରିବା ଓ ଏହାକୁ ପ୍ରୋମୋସନ୍ କରିବା ପାଇଁ ମେକର୍ସ ମାନେ କୋଟି କୋଟି ଟଙ୍କା ନିବେଶ କରିଥାନ୍ତି । କିନ୍ତୁ କିଛି ୱେବସାଇଟ ଫିଲ୍ମ ନିର୍ମାତାଙ୍କ ବିନା ଅନୁମତିରେ ଏହାକୁ ନିଜ ପେଜ୍ରେ ସେୟାର କରିଦିଅନ୍ତି । ଯାହାକି ନିର୍ମାତାଙ୍କ କୋଟି କୋଟି ଟଙ୍କାକୁ ପାଣିରେ ପକାଇଦେଇଥାଏ । ଏନେଇ କୋର୍ଟ ‘ରାମ ସେତୁ’ ପାଇଁ ୨୩ଟି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫେବ୍ରୁଆରୀ ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ନୁସରତ ଭରୁଚା ମଧ୍ୟ ଲିଡ୍ ରୋଲ୍ରେ ଅଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମ ‘ରାମ ସେତୁ’ ପରଦାକୁ ଆସିବ। ଫିଲ୍ମରେ ଅକ୍ଷୟଙ୍କୁ ଏକ ଆଷ୍ଟ୍ରୋଲୋଜି ଏବଂ ସାଇଣ୍ଟିଷ୍ଟ ଭୂମିକାରେ ଦେଖିବାକୁ ପାବେ ଦର୍ଶକ ।