ଖାଇବା ଗୁଡରେ ଦର୍ଶନ ଦେଉଛନ୍ତି ଗଜାନନ , ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼ …
1 min readଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ଆସିବା ମାତ୍ରେ ଚଳ ଚଞ୍ଚଳ ହୋଇପଡେ ଗାଁ ଠୁ ସହର । ଆଉ ଏହାପରେ ଗଣେଶ ଙ୍କ ମୂର୍ତି ନିର୍ମାଣରେ ଲାଗେ ପ୍ରତିଯୋଗିତା । ଭିନ୍ନ ଭିନ୍ନ ଧରଣର ମୂର୍ତ୍ତି ଦେଖିବାକୁ ମିଳେ । ତେବେ ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ରେ ସମ୍ପୂର୍ଣ୍ଣ ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି ।ଆନ୍ଧ୍ରପ୍ରଦେଶର
ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ଚଳିତ ଥର ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା କେବଳ ଖାଇବା ଗୁଡରେ ନିର୍ମାଣ ହୋଇଛି। ଏହା ଭାରତର ପ୍ରଥମ ଗଣେଶ ମୂର୍ତ୍ତି ଯାହା ୨୦ ଟନ ଗୁଡରେ ତିଆରି ହୋଇଛି।ତେବେ ଏନେଇ ଟ୍ରଷ୍ଟର ମୁଖ୍ୟ ମୁଖପାତ୍ର ଏମ. ଶ୍ରୀନିବାସା ରାଓ କହିଛନ୍ତି ଯେ, ଗଣେଶ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ୨୦ ଟନ୍ ଗୁଡ ରାଜସ୍ଥାନ ସହରରୁ ଅଣାଯାଇଛି ।
ମୁମ୍ବାଇ, କୋଲକାତା, ଏବଂ ଆନାକାପଲିର କୁଶଳୀ ଶିଳ୍ପୀମାନେ ମିଳିତ ଭାବରେ ଏହି ସୁଉଚ୍ଚ ଗଣେଶ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତୀକୁ ନିର୍ମାଣ କରିବାକୁ କାରିଗରଙ୍କୁ ୨ ମାସ ସମୟ ଲାଗିଥିଲା । ଏହି ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ସେଠାରେ ପ୍ରବଳ ଭିଡ଼ ଲାଗିଛି । ୨୧ ଦିନ ଧରି ପୂଜା ଚାଲିବ ପରେ ଗଣେଶ ମୂର୍ତ୍ତୀ ନିର୍ମାଣ ପାଇଁ ବ୍ୟବହୃତ ଗୁଡ଼କୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ରୂପେ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।