Pratidin TV

Odisha's Digital News Platform

(ଭିଡିଓ) ଆଶ୍ଚର୍ଯ୍ୟ ହେଲେ ଲୋକେ ! ଗୁଟ୍‌ଖା ପ୍ୟାକେଟ୍ ଖୋଲିଲେ ବାହରୁଛି ଟଙ୍କା ,..

1 min read

କୋଲକାତା : ଗୁଟ୍‌ଖା ପ୍ୟାକେଟ୍ରୁ ଟଙ୍କା । ପ୍ୟାକେଟ ଖୋଲିଲେ ବାହାରୁଛି ବିଦେଶୀ ମୁଦ୍ରା । ଯେତେ ଖୋଲିବ ସେତେ ବାହାରୁଛି । ସିଲ ହୋଇଥିବା ଗୁଟ୍‌ଖା ପ୍ୟାକେଟ ଦେଖି ଲୋକେ ହେଉଛନ୍ତି ଚକିତ । ଏହା ହେଉଛି କୋଲକାତା ବିମାନ ବନ୍ଦରର ଦୃଶ୍ୟ ।

କୋଲକାତା ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ଶହ ଶହ ସିଲ୍ ହୋଇଥିବା ଗୁଟ୍‌ଖା ପ୍ୟାକେଟ ଭିତରେ ଲୁଚି ରହିଥିବା ୪୦ ହଜାର ଡଲାର୍ ଜବତ କରିଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୩୨ ଲକ୍ଷରୁ ଅଧିକ ବୋଲି କୁହାଯାଉଛି । ଏହି ଘଟଣାର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ କଷ୍ଟମ୍ସ ଅଧିକାରୀ ପ୍ୟାକେଟ ଖୋଲି ଡଲାର ବାହାର କରୁଥିବା ନଜର ଆସିଛନ୍ତି । ଥଳି ଭିତରୁ ୧୦ ଡଲାର ନୋଟ୍ ବାହାରୁଥିବା ଦେଖାଯାଉଛି । ଯେତେବେଳେ କି କିଛି ପାଉଚରେ ଗୁଟଖା ମଧ୍ୟ ଥାଏ ।

ମିଡିଆ ରିପୋର୍ଟ ଅନୁଯାୟୀ ଏୟାର ଇଂଟେଲିଜେନ୍ସ ୟୁନିଟ୍ର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହା ପରେ କୋଲକାତା କଷ୍ଟମ୍ସ କର୍ମଚାରୀମାନେ ବ୍ୟାଙ୍କକକୁ ଯାଉଥିବା ଜଣେ ଯାତ୍ରୀଙ୍କୁ ଅଟକାଇଥିଲେ । ଏନେଇ ବିଭାଗ ଏକ ଟୁଇଟ୍ କରିଛି । ଲଗେଜ୍ ଯାଂଚ ବେଳେ ଗୁଟଖା ପ୍ୟାକେଟ ମିଳିଥିବା କୁହାଯାଇଥିଲା । ଯେତେବେଳେ ଏହି ପ୍ୟାକେଟ ଗୁଡିକ ଚିରାଗଲା, ୪୦ହଜାର ଆମେରିକୀୟ ଡଲାର ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *