Pratidin TV

Odisha's Digital News Platform

ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡିର ସମନ …

1 min read

ଏବେ ଇଡିର ପଞ୍ଝାରେ ପଶ୍ଚିମବଙ୍ଗର ଅଭନେତ୍ରୀ।  ନୋଟିସ ପଠାଇଲା ଇଡି । ପଶ୍ଚିମବଙ୍ଗ ରାଶନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ ପଠାଇଛି। ଜୁନ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଋତୁପର୍ଣ୍ଣାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଇଡି ଅଧିକାରୀ କହିଛନ୍ତି, ଏହିଦିନ ଭୋର୍‌ ୫ଟା ସୁଦ୍ଧା ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ।

ପୂର୍ବରୁ ସେନଗୁପ୍ତା ମଧ୍ୟ ଇଡି ପ୍ରଶ୍ନର ସାମ୍ନା କରି ସାରିଛନ୍ତି। ୨୦୧୯ରେ ସେନଗୁପ୍ତା ରୋଜ୍ ଭେଲି ଚିଟ୍ ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଏବଂ ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରିଥିଲା।

Advertisement

Leave a Reply

Your email address will not be published. Required fields are marked *