Pratidin TV

Odisha's Digital News Platform

ବିମାନ ସିଟ୍ ର କୁଶନ ଗାଏବ , ସୋଶିଆଲ ମିଡିଆରେ ଫଟୋ ସେୟାର ପରେ ଟ୍ରୋଲ ହେଲା ଇଣ୍ଡିଗୋ ..

1 min read

ଯାତ୍ରୀ ମାନେ ସର୍ବଦା ସର୍ବୋତ୍ତମ ଯାତ୍ରା ପାଇଁ ସର୍ବଦା ବିମାନ ଯାତ୍ରାକୁ ପସନ୍ଦ କରିଥାନ୍ତି । ଆଉ ସେଥିପାଇଁ ସମସ୍ତେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ବିମାନରେ ଯାତ୍ରା କରିବା ମହଙ୍ଗା ହେଲେବି ଯାତ୍ରୀ ମାନେ ଦୁରସ୍ଥାନକୁ ଯିବା ପାଇଁ ସର୍ବଦା ବିମାନ କୁ ହିଁ ବାଛନ୍ତି । କାରଣ ବିମାନରେ ଯାତ୍ରୀ ମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦିଆଯାଇଥାଏ । ହେଲେ ଏବେ ବିମାନ ସେବାର ବାସ୍ତବିକ ଚିତ୍ର ସାମ୍ନାକୁ ଆସିଛି । ଯାହା ଏବେ ଖୁବ୍ ଭାଇରଲ ହେବାରେ ଲାଗିଛି । ଏବେ ସୋଶିଆଲ ମିଡିଆରେ ଏକ ଫଟୋ ଭାଇରଲ ହେଉଛି , ଯେଉଁଥିରେ ଦୁଇଟି ସିଟ୍‌ର କୁଶନ ଗାଏବ ହୋଇଯାଇଛି ।

ଏହି ସିଟଟି ଜଣେ ମହିଳା ଯାତ୍ରୀଙ୍କ ନାମରେ ବୁକିଂ ହୋଇଥିଲା । ତେବେ ଏହି ମହିଳା ଜଣକ ଏ ସମ୍ପର୍କରେ ଫଟୋ ସେୟାର କରିଛନ୍ତି । ଏପରି ସ୍ଥିତି ମଧ୍ୟରେ ସେ ‘ସୁରକ୍ଷିତ ଅବତରଣ କରିପାରିବବେ ତ ?’ ବୋଲି କ୍ୟାପସନରେ ପ୍ରଶ୍ନ ମଧ୍ୟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ‘ଇଣ୍ଡିଗୋ’କୁ ସମାଲୋଚନା କରିଛନ୍ତି । ତେବେ ମିଳିଥିବା ସୂଚନାନୁଯାୟୀ ୟବନିକା ନାମ୍ନୀ ମହିଳା ବେଙ୍ଗାଲୁରୁରୁ ଭୋପାଳ ଯିବା ପାଇଁ ଇଣ୍ଡିଗୋ ବିମାନର ଏକ ସିଟ୍ ବୁକ୍ କରିଥିଲେ । ଯେମିତି ସେ ବିମାନ ଭିତରେ ପ୍ରବେଶ କରିଥିଲେ ଏବଂ ନିଜ ସିଟ୍ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Advertisement

କାରଣ ସେ ଯେଉଁ ସିଟ୍ ବୁକ୍ କରିଥିଲେ ସେଥିରେ କୁଶନ ନଥିଲା । ଏହାପରେ କୁଶନ ନଥିବା ସିଟ୍ ର ଫଟୋ ସୋଶିାଲ ମିିଡିଆରେ ସେୟାର କରିଥିଲେ । ତେବେ ଏହି ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ବିମାନ ଯାତ୍ରୀ ଓ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ‘ଇଣ୍ଡିଗୋ’କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ପରେ ବିମାନ କମ୍ପାନୀ ପକ୍ଷରୁ ମଧ୍ୟ ସଫେଇ ରଖାଯାଇଛି । ବିମାନ ସଫେଇ କାରଣରୁ ସିଟରୁ ଗଦି କଢାଯାଇଥିଲା । ସେହି କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଯାତ୍ରୀ ଜଣକ ଏସମ୍ପର୍କରେ ବିମାନ କ୍ର‌୍ୟୁ ସଦସ୍ୟଙ୍କୁ ଅବଗତ କରିବା ପରେ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା । ତାଙ୍କୁ ତୁରନ୍ତ ଏକ ବିକଳ୍ପ ସିଟ୍ ଯୋଗାଇ ଦିଆଯାଇଥିଲା । କମ୍ପାନୀ ଏହା ପ୍ରତି ଆଗକୁ ଧ୍ୟାନ ଦେବ ।

Leave a Reply

Your email address will not be published. Required fields are marked *