Pratidin TV

Odisha's Digital News Platform

ହିତାଧିକାରୀଙ୍କୁ ମିଳିଲାନି ମନ ପସନ୍ଦର କନ୍ୟା ,ମାଟ୍ରିମୋନି ଗଣିଲା ୬୦ ହଜାର ଜରିମାନା…

1 min read

ହିତାଧିକାରୀଙ୍କୁ ମିଳିଲାନି ମନ ପସନ୍ଦର କନ୍ୟା ,ମାଟ୍ରିମୋନି ଗଣିଲା ୬୦ ହଜାର ଜରିମାନା…ମିଳିଲାନି ମନ ପସନ୍ଦର କନ୍ୟା ଯେଉଁଥିପାଇଁ ମାଟ୍ରିମୋନି ଗଣିଲା  ୬୦ ହଜାର ଜରିମାନା । ଏକ ମାଟ୍ରିମୋନି ପୋର୍ଟାଲ ଉପରେ ବେଙ୍ଗାଲୁରୁ ଖାଉଟି ଅଦାଲତ ୬୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। କନ୍ୟା ଖୋଜିବା ଲାଗି ଏହି ପୋର୍ଟାଲ ମାଧ୍ୟମରେ ଜଣେ ବ୍ୟକ୍ତି ଆବଶ୍ୟକ ଫି ’ଜମା କରିଥିବା ବେଳେ ୪୫ ଦିନ ମଧ୍ୟରେ କନ୍ୟା ଖୋଜି ଦିଆଯିବ ବୋଲି ଉକ୍ତ ପୋର୍ଟାଲ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। କିନ୍ତୁ ପ୍ରତିଶୃତି ପୂରଣ ନ ହେବାରୁ ସଂପୃକ୍ତ ବ୍ୟକ୍ତି ଅଦାଲତର ଆଶ୍ରୟ ନେଇଥିଲେ।

ବେଙ୍ଗାଲୁରୁର ବିଜୟ କୁମାର କେ.ଏସ୍ ତାଙ୍କ ପୁଅ ବାଲାଜୀଙ୍କ ପାଇଁ କନ୍ୟା ଖୋଜିବାକୁ ଦିଲମିଲ ମାଟ୍ରିମୋନି ପୋର୍ଟାଲ ସହିତ ଯୋଗାଯୋଗ କରିଥିଲେ। କନ୍ୟା ଯୋଗାଡ ପାଇଁ ଏହି ମାଟ୍ରିମୋନି ତାଙ୍କୁ ୩୦,୦୦୦ ଟଙ୍କା ମାଗିଥିଲା। କିନ୍ତୁ ପ୍ରତିଶୃତି ଅନୁସାରେ ମାଟ୍ରିମୋନି ସାଇଟରେ କନ୍ୟା ନ ମିଳିବାରୁ ବିଜୟ କୁମାର ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ମାଟ୍ରିମୋନିଆଲ ସଂସ୍ଥାର କର୍ମଚାରୀମାନେ ବିଜୟଙ୍କୁ ଅସଦାଚରଣ କରିବା ସହ ଅଶାଳୀନ ଭାଷା କହି ଅଫିସରୁ ତଡି ଦେଇଥିଲେ। ଏହା ପରେ ବିଜୟ କୁମାର ଅଦାଲତର କୋର୍ଟର ଦ୍ବାରସ୍ଥ ହେବା ସହ ଉକ୍ତ ମାଟ୍ରିମୋନିକୁ ନୋଟିସ୍ ପଠାଇଥିଲେ। ଖାଉଟି ଅଦାଲତ ବିଜୟ ଫି ବାବଦକୁ ଦେଇଥିବା ୩୦,୦୦୦ ଟଙ୍କା ସହିତ ୬୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *