Pratidin TV

Odisha's Digital News Platform

ମହାଲକ୍ଷ୍ମୀ ହତ୍ୟା ମାମଲା: ସବୁ ଗୁମର ଖୋଲି ମୁକ୍ତିରଜଂନର ଭାଇ ଶକ୍ତିରଂଜନ ..

1 min read

ବେଙ୍ଗାଲୁରୁରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଏସବୁ ମଧ୍ୟରେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରୟଙ୍କ ମୃତଦେହ ଠାବ ହୋଇଛି। ସେ ଜୀବନ ହାରିଥିବା ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ସେଣ୍ଟ୍ରାଲ ଡିସିପି। ବର୍ତ୍ତମାନ  ହତ୍ୟା ମାମଲାର ତଦନ୍ତ କରିବା ପାଇଁ ବେଙ୍ଗାଲୁରୁ ପୁଲିସର ଏକ ଟିମ୍‌ ଭଦ୍ରକ ଆସିଥିଲେ। ମୁଖ୍ୟ ଅଭିଯୁକ୍ତର ଘର ଭଦ୍ରକରେ ବୋଲି ଜାଣିବା ପରେ ଖୋଳତାଡ କରିବାକୁ ଟିମ୍‌ ପହଞ୍ଚିଥିଲେ। ଅଭିଯୁକ୍ତକୁ ପଚରାଉଚରା କରିବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ ଜୀବନ ହରିଦେଇଥିଲା ।

ଗଣମାଧ୍ୟମରେ ଏସପି କହିଛନ୍ତି ଯେ ମୁକ୍ତିରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ଭଦ୍ରକ ପୁଲିସ ପକ୍ଷରୁ ବେଙ୍ଗାଲୁରୁ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ହତ୍ୟା କରିବା ପରେ ମୁକ୍ତି ଆସି ସାନ ଭାଇ ଶକ୍ତି ନିକଟରେ ୧୦ ଦିନ ରହିଥିଲେ । ଶକ୍ତି ବ୍ରହ୍ମପୁରରେ ବି.ଟେକ୍ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି ।

Advertisement

ଭାଇ ତାଙ୍କ ନିକଟରେ କ’ଣ କହିଥିଲେ ଓ କେଉଁ କେଉଁ ଜାଗା ଯାଇଥିଲେ ଜାଣିବା ପାଇଁ କର୍ଣ୍ଣାଟକ ପୋଲିସ ଥାର୍ଡ ଡିଗ୍ରୀ ମଧ୍ୟ ଦେଇଛି । ପରେ ତାଙ୍କୁ ବ୍ରହ୍ମପୁରରୁ ବାଲେଶ୍ୱର, ପରେ ସୋର ଓ ଭଦ୍ରକରୁ ପୁଣି ଭୁବନେଶ୍ବର ନେଇ ଛାଡି ଦେଇଥିଲେ । ମୃତ ମୁକ୍ତିଙ୍କ ସାନ ଭାଇ ସ୍ମୃତି ରଞ୍ଜନ କର୍ଣ୍ଣାଟକରେ ପୋଲିସ ହେପାଜତରେ ରହିଛି । ମୁକ୍ତି ଓ ସ୍ମୃତି ଏକାଠି ରହୁଥିଲେ ଓ ଅଲଗା ଅଲଗା କାମ କରୁଥିଲେ ।

କିନ୍ତୁ ମୃତ ମୁକ୍ତି ଓ ମହାଲକ୍ଷ୍ମୀ ଗୋଟିଏ ଜାଗାରେ କାମ କରୁଥିଲେ । ସେ କ’ଣ ପାଇଁ ନିଜେ ନିଜ ବାନ୍ଧବୀଙ୍କୁ ହତ୍ୟା କରିଥିଲେ ସେ କଥା ସାନ ଭାଇକୁ କହିଥିଲେ । ମୁକ୍ତିରଞ୍ଜନ ତାଙ୍କ ନୋଟରେ ଲେଖିଛନ୍ତି ଯେ ମୁଁ ସେପ୍ଟେମ୍ବର ୩ରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲି। ସେଦିନ ମୁଁ ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲି।

ଆମର କିଛି ବିଷୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମହାଳକ୍ଷ୍ମୀ ମୋତେ ଆକ୍ରମଣ କରିଥିଲେ। ମୋତେ ଏହା ଭଲ ଲାଗିନଥିଲା ଏବଂ କ୍ରୋଧରେ ମୁଁ ତାଙ୍କୁ ହତ୍ୟା କରିଥିଲି। ଏହାପରେ ତାଙ୍କ ମୃତଦେହକୁ ଫିଙ୍ଗିବାକୁ ପ୍ରୟାସ କରିଥିଲି ହେଲେ ମହାଲକ୍ଷ୍ମୀଙ୍କ ଶରୀରକୁ ୫୯ଖଣ୍ଡରେ କାଟି ଫ୍ରିଜରେ ରଖି ସେଠାରୁ ପଳାଇ ଆସିଥିଲି।

ଯେପରି କେହି ନଜାଣିପାରିବେ ସେଥିପାଇଁ ରୁମ୍‌ ସଫା କରିବାକୁ ପ୍ରୟାସ କରିଥିଲି। ମହାଲକ୍ଷ୍ମୀଙ୍କ ଆଚରଣ ମୋତେ ପସନ୍ଦ ନଥିଲା। ତାଙ୍କୁ ହତ୍ୟା ପରେ ନିଶ୍ଚିତ ଭାବେ ଅନୁତାପ କରିଛି। କ୍ରୋଧରେ ଆସି ମୁଁ ଏପରି କରିଥିଲି। ପରେ ଘଟଣାକୁ ନେଇ ଡରିଯାଇ ଘରକୁ ପଳାଇ ଆସିଥିଲି। ଏହି ଘଟଣାକୁ ନେଇ ମୁକ୍ତିରଞ୍ଜନ ଜୀବନ ହାରିଛନ୍ତି ।

Leave a Reply

Your email address will not be published. Required fields are marked *